ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟଷ୍ଟଡିଜ୍ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା, ୨ା୧୦ : ଅର୍କ ଏକାଡେମୀ ଅଫ୍ ମାନେଜମେଣ୍ଟ ଷ୍ଟଡିଜ୍ ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜର ଚେୟାରମ୍ୟାନ ଅନୁଜ କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ଯୋଗଦେଇ ମହାତ୍ମାଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ତ୍ୟାଗପୂତ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖି କଲେଜର ଛାତ୍ରଛାତ୍ରୀମାନଙ୍କୁ ଗାନ୍ଦୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ କଲେଜର ପ୍ରିନସିପାଲ ହାଜରା ସିଦ୍ଧକି, ସାମାଜିକ କାର୍ଯ୍ୟର ମୁଖ୍ୟ ଅଧ୍ୟାପକ ଅମିତ କୁମାର ମହାନ୍ତି, ବି.ସି.ଏ. ବିଭାଗର ଅଧ୍ୟାପକ ସୁବ୍ରତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ଏକକ ଅଭିନୟ ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପପୁନ କୁମାର ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ରତାୟମି ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପୁଷ୍ପାଞ୍ଜଳି ବିଶ୍ୱାଳ, ଆନିନ୍ଦିତା ବିଶ୍ୱାଳ, ରଶ୍ମୀରୂପାଲୀ ସାହୁ, ନିୟୁଶ୍ରୀ ଜେନା, ସେକ ଆଫିଦ ଅଲ୍ଲୀ, ଆଲୋକ କୁମାର ମଲ୍ଲିକ, ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।


Next Post

ମୈାସୁମୀ ସାହିତ୍ୟ ପରିଷଦର ପୁସ୍ତକ ଉନ୍ମୋଚନ ଓ କବିତାଉ ପାଠୋତ୍ସବ

Mon Oct 2 , 2023
  କେନ୍ଦ୍ରାପଡ଼ା, ୨ା୧୦ : ମୈାସୁମୀ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଗୁଲନଗରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କବି ପ୍ରେମାନନ୍ଦ ଖଣ୍ଡୁଆଳଙ୍କ ରଚିତ ଗଳ୍ପ ସଙ୍କଳନ “ଅଜବ ମଣିଷ” ଉନ୍ମୋଚନ ହେବା ସହ ଏକ ଭବ୍ୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ଶିକ୍ଷାବିତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପରିଷଦର ସମ୍ପାଦକ କବି ଡଃ. ଶ୍ରୀଧର ସାମଲ ସ୍ୱାଗତ ଭାଷଣ […]

KANIKA