କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ


କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ସଦସ୍ୟ ନରୋତ୍ତମ ଜେନାଙ୍କ ଗରାପୁରସ୍ଥିତ ବାସଭବନରେ ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ସୁଦର୍ଶନ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଶ୍ରମିକନେତା ଜଗତଜୀବନ ଦାଶ ଯୋଗଦେଇ କହିଥିଲେ ଯେ ବର୍ତ୍ତମାନ ସମୟ ଆସିଛି ସମସ୍ତେ ଗାନ୍ଧୀ ଓ ଲାଲବାହାଦୂରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଜଣେ ଜଣେ ଭଲ ମଣିଷ ହୋଇପାରିବା । ନରୋତ୍ତମ ଜେନା ଗାନ୍ଧୀ ଓ ଲାଲବାହାଦୂରଙ୍କ ଜୀବନୀ ସଂକ୍ଷେପରେ ଆଲୋକପାତ କରିଥିଲେ । ସଭାପତି ନିଶା ସେବନକୁ ସମସ୍ତେ ତ୍ୟାଗ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନାକର ଜେନା, ଜଗନ୍ନାଥ ପ୍ରସାଦ, ରଞ୍ଜୁଲତା ମହାପାତ୍ର, ରାଜେନ୍ଦ୍ର ମହାପାତ୍ର ଓ ମନୋଜଙ୍କ ସମେତ ବହୁ ଗାନ୍ଧୀପେମୀ ଯୋଗଦେଇଥିଲେ ।


Next Post

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱଛତା ଅଭିଯାନ

Wed Oct 4 , 2023
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱଛତା ଅଭିଯାନ ଅବସରରେ ଜାତୀୟ ସେବା ସଂସ୍ଥା ଓ କେନ୍ଦ୍ରାପଡା ପୈାରପାଳିକାର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରକୁ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଜାତୀୟ ସେବାସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ସ୍ୱେଛାସେବୀମାନେ ସଫେଇ କାର୍ଯ୍ୟକ୍ରମରେ ଶ୍ରମଦାନ କରିଥିଲେ । ଏହି ଅବସରରେ ସ୍ୱେଛାସେବୀମାନେ […]

KANIKA