ତମାଖୁ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ


କେନ୍ଦ୍ରାଡା ୩୦.୦୬: ତମାଖୁ ସେବନ ଜନିତ କୁପ୍ରଭାବରୁ ଧନ, ଜୀବନ ଓ ସ୍ୱାସ୍ଥ୍ୟ ଜନିତ କ୍ଷୟକ୍ଷତିରୁ ଜନଜୀବନକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପ୍ରଣୀତ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଆଜି ମଧ୍ୟାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରିଣୀ ଡ଼ା.ଅନିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର (ପରିବାର କଲ୍ୟାଣ), ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜା ବାବର ବେଗ ପ୍ରମୁଖ ଯୋଗ ଦେଇ ଆମ ସମାଜରେ ତମାଖୁ ସେବନ କରୁଥିବା ଲୋକମାନଙ୍କୁ ନିଶା ସେବନ ଠାରୁ ଦୁରେଇ ରଖିବା ଆମ ସମସ୍ତଙ୍କର ସାମାଜିକ ଦାୟତ୍ୱବୋଧ ହେବା ଆବଶ୍ୟକ ସମସ୍ତଙ୍କର ଇଚ୍ଛାଶକ୍ତି, ସହଭାଗୀତା ଯୋଗୁଁ ପରିବାର ତଥା ସମାଜ ତମାଖୁ ମୁକ୍ତ ହେବା ସଙ୍ଗେ ସଙ୍ଗେ ସମାଜ ଓ ପରିବାରର ଉନ୍ନତି ସମ୍ଭବ ହୋଇପାରିବ  ଫଳରେ ରାଜ୍ୟ ସରକାର ସ୍ୱାସ୍ଥ୍ୟର ବିକାଶ ପାଇଁ ଖର୍ଚ୍ଚ କରୁଥିବା କୋଟି କୋଟି ଅର୍ଥର ଭାର କମିପାରିବ  ତମାଖୁ ନିରୋଧ ଆଇନ କାର୍ଯ୍ୟକାରୀ ଦ୍ୱାରା ତମାଖୁ ସେବନ ହଟେଇବା ୨୦ପ୍ରତିଶତ ସଫଳ ହୋଇଥାଏ ମାତ୍ର ତମାଖୁ ବର୍ଜନ ସଚେତନତା ଜରିଆରେ ୮୦ ପ୍ରତିଶତ ସଫଳତା ମିଳିଥାଏ  ତେଣୁ ସଚେତନତା ହିଁ ତମାଖୁ ବ୍ୟବହାରକୁ ଦୂରେଇବାରେ ଅମୋଘ ଅସ୍ତ୍ର  ହୋଇପାରିବ ବୋଲି ଜନ ସ୍ୱାସ୍ଥ୍ୟ ଅଧିକାରିଣୀ ଡା-ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ତମାକୁ ସେବନ ଦ୍ୱାରା ମୁହଁ, ଜିଭ, ଗାଲ, ସ୍ୱରନ୍ତ୍ର ଭଳି ଅଙ୍ଗ ନଷ୍ଟ ହୁଏ ବୋଲି ଡା. ମିର୍ଜା ବାବର ବେଗ ପ୍ରକାଶ କରିଥିଲେ ପୋଲିସ ବିଭାଗ କୋଟପା ଆଇନକୁ କଡାକଡି ଲାଗୁ କରିବା ତଥା ସର୍ବସାଧାରଣ ସ୍ଥାନ, ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାନ, ଗୁଟଖା, ତମାଖୁ ସେବନ ନିଷେଧ ସମ୍ପର୍କିତ ବିଜ୍ଞପ୍ତି ତଥା ନିର୍ଦ୍ଦେଶନାମା ଜାରି କରିବା ବିଷୟରେ ଆଲୋଚନା କରାଯାଇଥିଲା ସରପଞ୍ଚମାନଙ୍କୁ ପ୍ରଶିକ୍ଷଣ ଦିଯାଇ ସେମାନଙ୍କ ଗ୍ରାମପଞ୍ଚାୟତର ଗୋଟିଏ ଗୋଟିଏ ଗ୍ରାମକୁ ତମାକୁ ମୁକ୍ତ ଗ୍ରାମ କରିବା ପାଇଁ ପ୍ରଚେଷ୍ଠା ଜାରୀରଖିବାକୁ ଆଲୋଚନା କରାଯାଇଥିଲା ଏହି କ୍ରମରେ ୯୪ ଗୋଟି ସ୍କୁଲ ଓ ୬ ଟି କଲେଜକୁ ତମାକୁ ମୁକ୍ତ କରିବାକୁ କଲେଜର ଅଧ୍ୟକ୍ଷମାନଙ୍କ ସହିତ ବିଷଦ ଆଲୋଚନା କର।।ଇଛି ୨୪ ଗୋଟି ଏନଫୋର୍ସମେଣ୍ଟ ସ୍ୱାର୍ଡ ଗଠନ କର।।ଇ କୋଟପା ଆଇନ-୨୦୦୩ କାର୍ଯ୍ୟକାରୀ କରିବାକୁ ପୋଲିସ ବିଭାଗ ପକ୍ଷରୁ ପଦକ୍ଷେ ନିଆଯାଇଛି ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କୁ ତମାଖୁ ସେବନ ନ କରିବାକୁ ଶପଥ ପାଠ କରିବା ପାଇଁ ଶିକ୍ଷାଅନୁଷ୍ଠାନର ପ୍ରଧାନ ଶିକ୍ଷକମାନଙ୍କୁ ଅନୁରୋଧ କର।।ଇଥିଲା ପଲ୍ଲି ସଭା/ସମିତି ସଭାମାନଙ୍କରେ ଜନ ପ୍ରତିନିଧିମାନଙ୍କ ଦ୍ୱାରା ତମାଖୁ ବର୍ଜନ ପାଇଁ ସଚେତନତା କରାଇବା, ଟ୍ରକ ଓ ବସ କର୍ମଚାରୀ ସଂଘମାନଙ୍କ ଦ୍ୱାରା ଚାଳକ ଓ କ୍ଲୀନରମାନଙ୍କ ମଧ୍ୟରେ ନିଶା ଦ୍ରବ୍ୟ ବର୍ଜନ ଆଦି ସଚେତନତା କାର୍ଯ୍ୟକ୍ରମ କରିବାକୁ କମିଟି ବୈଠକରେ ପରାମର୍ଶ ଦିଅ।।ଇଥିଲା । ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, କେନ୍ଦ୍ରାପଡ଼ା ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା, ଅବକାରୀ ନିରୀକ୍ଷକ କମଳ ଲୋଚନ ପାଇକରାୟ, ବିଭିନ୍ନ ସି.ଏଚ.ସିର ସ୍ୱାସ୍ଥ୍ୟ ଅଧିକାରୀ, ଡି.ପି.ଏମ. ଗୀତାଞ୍ଜଳି ଦାସ, ନେଚର୍ସ କ୍ଲବ ସ୍ୱଚ୍ଛାସେବୀ ସଂଗଠନର ସଭାତି ବିରାଜା ପତି, ବିଭିନ୍ନ ବ୍ଲକର ସିଡ଼ିପିଓ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଶ୍ୟାମସୁନ୍ଦର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ଏହାପରେ ପ୍ରଜନନ ମାତୃତ୍ୱ, ଶିଶୁ ଓ କୌଶର ସ୍ୱାସ୍ଥ୍ୟର ସମୀକ୍ଷା ଏବଂ ଜିଲ୍ଲାରେ କିଭଳି ମାତୃ ଓ ଶିଶୁ ମୃତ୍ୟୁ ହାର କମାଯାଇାରିବ, ସେ ବିଷୟରେ ବିଶଦ ଆଲୋଚନା କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading