ଟ୍ରକରେ ଚମଡା-ହାଡ ଚାଲାଣ ସନ୍ଦେହ, ଗାଡି ଜବତ, ଦୁଇ ଅଟକ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ ଛକ ନିକଟରୁ ବୁଧବାର ରାତି ପ୍ରାୟ ସାଢେ ୯ ଟା ବେଳେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଗୋ ମାଂସ ଚମଡା ସନ୍ଦେହରେ ଏକ ଟ୍ରକକୁ ଜବତ କରିବା ସହିତ ୨ ଜଣକୁ ଥାନାରେ ଅଟକ ରଖିଛି । ଏହା କଣ କେଉଁଠୁ ଆସିଲା, କୁଆଡେ ଯାଉଥିଲା ତାହା ତଦନ୍ତ ଚାଲିଛି ।

ସୂଚନା ଅନୁଯାଇ,  ବୁଧବାର ରାତି ପ୍ରାୟ ସାଢେ ୯ ଟା ବେଳେ କେନ୍ଦ୍ରାପଡା ଆଡୁ ଏକ ଆଇଚର ଟ୍ରକ୍ ନଂ- WB 33 D 7098 ଗାଡି ଯୋଗେ ପଚା ଦୁଗନ୍ଧ ହାଡ-ଚମଡା ବୋଝେଇ ହୋଇ ଯାଉଥିବା ବେଳେ  ଅତ୍ୟଧିକ ଦୁଗନ୍ଧ ହେଉଥିଲା । ଏହି ଟ୍ରାକରେ କଣ ଅଛି ଏତେ ଦୁଗନ୍ଧ କାହିଁକି ହେଉଛି  ବୋଲି ସ୍ଥାନୀୟ କିଛି ଯୁବକ ମିଶି ଟ୍ରକକୁ ସନ୍ଦେହ କରି  ଅଟକାଇଥିଲେ । ପରେ ଟ୍ରକରେ ଗୋମାଂସ ଚାଲାଣ ହେଉଥିବା ସନ୍ଦେହ କରି  ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ଖବର ଦେଇଥିଲେ । ଖବର ପାଇ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳେ ଥିବା ଟ୍ରକ୍‌କୁ ଜବତ୍ କରିବା ସହ୨ ଜଣଙ୍କୁ ଥାନାରେ ଅଟକ ରଖି ପଚାଉଚୁରା ଜାରି ରଖିଛି । ତେବେ ଏଥିରେ ଯେଉଁ ଚମଡା ମାଂସ ଯାହାବି ଅଛି ତାହା ଲବ୍ରୋଟୋରୀ ଟେଷ୍ଟ ପରେ ଜଣା ପଡିବ ବୋଲି ଏସ୍ ଡି ପି ଓ କ୍ଷମା ସାଗର ପଣ୍ଡା  କହିଛନ୍ତି ।

ଏକାଥରେ ଏତେ ପରିମାଣର ଦୁଗନ୍ଧ ଚମଡା-ହାଡ ଚାଲାଣ ହେଉଥିବା କଥା ଚାରିଆଡେ ଆଲୋଡ଼ନ ସୃଷ୍ଟି କରିଥିବାରୁ ଥାନା ଆଗରେ ଲୋକଙ୍କ ଭିଡ ଜମିଛି ରହିଛି ।


Discover more from

Subscribe now to keep reading and get access to the full archive.

Continue reading