ଟ୍ରକରେ ଚମଡା-ହାଡ ଚାଲାଣ ସନ୍ଦେହ, ଗାଡି ଜବତ, ଦୁଇ ଅଟକ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ ଛକ ନିକଟରୁ ବୁଧବାର ରାତି ପ୍ରାୟ ସାଢେ ୯ ଟା ବେଳେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଗୋ ମାଂସ ଚମଡା ସନ୍ଦେହରେ ଏକ ଟ୍ରକକୁ ଜବତ କରିବା ସହିତ ୨ ଜଣକୁ ଥାନାରେ ଅଟକ ରଖିଛି । ଏହା କଣ କେଉଁଠୁ ଆସିଲା, କୁଆଡେ ଯାଉଥିଲା ତାହା ତଦନ୍ତ ଚାଲିଛି ।

ସୂଚନା ଅନୁଯାଇ,  ବୁଧବାର ରାତି ପ୍ରାୟ ସାଢେ ୯ ଟା ବେଳେ କେନ୍ଦ୍ରାପଡା ଆଡୁ ଏକ ଆଇଚର ଟ୍ରକ୍ ନଂ- WB 33 D 7098 ଗାଡି ଯୋଗେ ପଚା ଦୁଗନ୍ଧ ହାଡ-ଚମଡା ବୋଝେଇ ହୋଇ ଯାଉଥିବା ବେଳେ  ଅତ୍ୟଧିକ ଦୁଗନ୍ଧ ହେଉଥିଲା । ଏହି ଟ୍ରାକରେ କଣ ଅଛି ଏତେ ଦୁଗନ୍ଧ କାହିଁକି ହେଉଛି  ବୋଲି ସ୍ଥାନୀୟ କିଛି ଯୁବକ ମିଶି ଟ୍ରକକୁ ସନ୍ଦେହ କରି  ଅଟକାଇଥିଲେ । ପରେ ଟ୍ରକରେ ଗୋମାଂସ ଚାଲାଣ ହେଉଥିବା ସନ୍ଦେହ କରି  ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ଖବର ଦେଇଥିଲେ । ଖବର ପାଇ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳେ ଥିବା ଟ୍ରକ୍‌କୁ ଜବତ୍ କରିବା ସହ୨ ଜଣଙ୍କୁ ଥାନାରେ ଅଟକ ରଖି ପଚାଉଚୁରା ଜାରି ରଖିଛି । ତେବେ ଏଥିରେ ଯେଉଁ ଚମଡା ମାଂସ ଯାହାବି ଅଛି ତାହା ଲବ୍ରୋଟୋରୀ ଟେଷ୍ଟ ପରେ ଜଣା ପଡିବ ବୋଲି ଏସ୍ ଡି ପି ଓ କ୍ଷମା ସାଗର ପଣ୍ଡା  କହିଛନ୍ତି ।

ଏକାଥରେ ଏତେ ପରିମାଣର ଦୁଗନ୍ଧ ଚମଡା-ହାଡ ଚାଲାଣ ହେଉଥିବା କଥା ଚାରିଆଡେ ଆଲୋଡ଼ନ ସୃଷ୍ଟି କରିଥିବାରୁ ଥାନା ଆଗରେ ଲୋକଙ୍କ ଭିଡ ଜମିଛି ରହିଛି ।


Next Post

ମନରେଗା ପ୍ରକଳ୍ପରେ ଦୁର୍ନୀତି: ସରକାରୀ ଅଧିକାରୀଙ୍କ ଠାରୁ ଅର୍ଥ ଆଦାୟ ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତଙ୍କ ନିର୍ଦେଶ

Wed Oct 4 , 2023
କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ୨ଟି ପ୍ରକଳ୍ପ କାର୍ଯ୍ୟରେ ଦୁର୍ନୀତି ହୋଇଥିବାରୁ ସେଥିରେ ସଂପୃକ୍ତ ଗରଦପୁର ବ୍ଲକର ତତ୍କାଳୀନ ସହକାରୀ ଯନ୍ତ୍ରୀ ଅଧୁନା ସମଲ ବ୍ୟାରେଜର ଅଧିକ୍ଷଣ ଯନ୍ତ୍ରୀ ସୁଧିର କୁମାର ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ. ବିନୟଲକ୍ଷ୍ମୀ ମଲିକ ଓ ତତ୍କାଳୀନ ସରପଞ୍ଚ ଅରୁଣ କୁମାର ନାୟକଙ୍କ ଠାରୁ ୩ଲକ୍ଷ ୭୦ହଜାର ୮୦୫ଟଙ୍କା ରିକଭରି କରାଯିବା ସହ ସେମାନଙ୍କ ବିରୋଧରେ […]

KANIKA