ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ନିମନ୍ତେ ପ୍ରସ୍ତୁତି ବୌଠକ


କେନ୍ଦ୍ରାପଡ଼ା, ୪ା୧୦ : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ କେନ୍ଦ୍ରାପଡାରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜୋନ୍ ନଂ ୫ ଓ ଜୋନ୍ ନଂ ୭ ର ଏକ ମିଳିତ ପ୍ରସ୍ତୁତି ବୈଠକ ଗରାପୁର କଂଗ୍ରେସ କାର୍ଯ୍ୟାଳୟ ଠାରେ ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ଅକ୍ଟୋବର ୦୮ରେ ଜୋନ୍ ନଂ ୭ ଓ ଅକ୍ଟୋବର ୧୩ ରେ ଜୋନ୍ ନଂ ୫ ରେ ଏହି କାର୍ଯ୍ୟକ୍ରମ ପଦଯାତ୍ରା ସହ ଏହି କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଦଯାତ୍ରାରେ ଲୋକ ସମ୍ପର୍କ ପ୍ରତିଷ୍ଠା କରିବା ଓ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର ବହୁବିଧ ବିଫଳତା ବାବଦରେ ଲୋକମାନଙ୍କୁ ଅବଗତ କରିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ବୈଠକରେ ଯୋଗଦେଇ କହିଥିଲେ ଯେ ନିରବଚ୍ଛିନ୍ନ ଉଦ୍ୟମ, ଐକ୍ୟବଦ୍ଧ ଉଦ୍ୟମ ଓ ନିଷ୍ଠାପର ଉଦ୍ୟମ ବଳରେ ‘ଆମେ ବିଧାନସଭା’ ଯିବାର ଆହ୍ୱାନକୁ ସଫଳ କରାଯାଇ ପାରିବ । ସମସ୍ତ ବନ୍ଧୁମାନେ ଏଥିପ୍ରତି ସଚେତନ ରହିବାକୁ ସେ ପରାମର୍ଶ ଦେଇଥିଲେ । ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହେରା ନିର୍ନାଚନ ଠାରୁ ନିର୍ବାଚନ ପ୍ରସ୍ତୁତି ସମୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏବେଠାରୁ କେନ୍ଦ୍ରାପଡାରେ ସମସ୍ତ ଦଳୀୟ କାର୍ଯ୍ୟକ୍ରମ ପ୍ରଭାବଶାଳୀ ଢଙ୍ଗରେ କରିବାକୁ ମତ ଦେଇଥିଲେ । ବ୍ଲକ କଂଗ୍ରେସ ସଭାପତି ଚିତ୍ରେସେନ ପରିଡା ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ ପ୍ରତ୍ୟେକ ଜୋନ୍‌ରେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପିସିସି ସଭ୍ୟ ପ୍ରଫୁଲ ଦାସ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା, ପୂର୍ବତନ ବ୍ଲକ ଚେୟାରମ୍ୟାନ କଳାକାର ମଲ୍ଲିକ, କେନ୍ଦ୍ରାପଡା ବ୍ଲକ କଂଗ୍ରେସ ଦଳୀୟ ସଭାପତି ପ୍ରଭାତ କୁମାର ଉଡାଣ ସିଂ, ବରିଷ୍ଠ ଦଳୀତ ନେତା ବସନ୍ତ କୁମାର ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ପଲାଇ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ବିଶ୍ୱାଳ, ପୂର୍ବତନ ସରପଞ୍ଚ ରାଜନ ଥାଟୋଇ, ବରିଷ୍ଠ କଂଗ୍ରେସ ନେତା ଶେଖ ମନାନ, କଂଗ୍ରେସ ନେତା ଅକ୍ଷୟ କୁମାର ଦାସ, ଦଳୀତ ନେତା ସରୋଜକାନ୍ତ ମଲ୍ଲିକ, ପଞ୍ଚାୟତ ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ, ଯୁବ ନେତା ନିର୍ମଳ ଚନ୍ଦ୍ର ସାହୁ ଓ ପଞ୍ଚାୟତ ସଭାପତ ସଚିଦାନନ୍ଦ ନାୟକ ବକ୍ତବ୍ୟ ରଖି ଉଭୟ ଅକ୍ଟୋବର ୮ ଓ ୧୩ କାର୍ଯ୍ୟକ୍ରମ ସଫଳ ନିମନ୍ତେ ସମସ୍ତ ଉଦ୍ୟମ କରିବାକୁ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଦିଲ୍ଲୀପ କୁମାର ରାଉତ, ପିତାମ୍ବର ଜେନା, ସୁକଦେବ ରାଉତ, ଜଗମୋହନ ସାହୁ, ମନୋଜ ମହତାବ, ଚନ୍ଦ୍ରଶେଖର ଜେନା, ଡିସେମ୍ବର ଦାସ, ଚନ୍ଦ୍ରଭାନୁ ପାତ୍ର, ଭରତ ଚନ୍ଦ୍ର ମହାନ୍ତି, ପ୍ରକାଶ ଚନ୍ଦ୍ର ପରିଡା, ପ୍ରତାପ ଚନ୍ଦ୍ର ଜେନା, ଶେଖ ନିଶାର, ସ୍ମୃତିରଞ୍ଜନ ପାତ୍ର, ଅଙ୍କୁର ଚରଣ ଦାସ ଓ ଶେଖ ମନିର ଯୋଗଦେଇ ଅନୁକୂଳ ମତ ରଖିଥିଲେ । କୋର ପଞ୍ଚାୟତର ରଞ୍ଜିତ କୁମାର ବାରିକ ଓ ଭାଙ୍ଗପଡା ପଞ୍ଚାୟତର ସ୍ମୁତିରଞ୍ଜନ ପାତ୍ର ନାମକ ଦୁଇ ଯୁବ ବନ୍ଧୁ ନୂଆକରି କଂଗ୍ରେସରେ ସାମିଲ ହୋଇଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading