କେନ୍ଦ୍ରାପଡା, ୩୦ା୬: କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ କେନ୍ଦ୍ରାପଡା ସ୍ୱୟଂ ଶାସତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ପାସ ହାର ୯୫.୪୯ ପ୍ରତିଶତ ହୋଇଥିବା ବେଳେ ଏହା ଗତବର୍ଷ ତୁଳନାରେ ଅଧିକ ହୋଇଛି । ମହାବିଦ୍ୟାଳୟ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ରୀ ତଥା ଜିଲ୍ଲାର ରାଜନଗରର ବ୍ଲକ ଅନ୍ତର୍ଗତ କେରେଡାଗଡ ବାଲିସାହି ପାଟଣା ଗ୍ରାମର ପିତା ଶ୍ରତୃଘ୍ନ ଭୂୟାଁ ଓ ମାତା ସ୍ୱର୍ଗତା ସ୍ନେହଲତା ଭୂୟାଁଙ୍କ ଝିଅ ଆଶା ଭୂୟାଁ ସିଜିପିଏ ୯.୮୬ ମାର୍କରଖି ମହାବିଦ୍ୟାଳୟରେ ଟପର ହୋଇଛନ୍ତି । ଆଶାଙ୍କ ପିତା ଜଣେ କୃଷକ ଅଟନ୍ତି । ଆଶା +୨ରେ ୮୯ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ମାଟ୍ରିକ ପରୀକ୍ଷାରେ ୯୫ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ କରିଥିଲେ । କଲେଜ ଟପ୍ପର ଆଶା କୁହନ୍ତି ଯେ ସେ କୌଣସି ସ୍ଥାନରେ କୋଚିଂ ନେଇନାହାନ୍ତି । ସେ ନିଜ ଚେଷ୍ଠାରେ ପାଠ ପଢି ଏହି ସଫଳତା ହାସଲ କରିଛନ୍ତି । ଆଶା ସିଭିଲ ସର୍ଭିର୍ସ ପରୀକ୍ଷା ଦେଇ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଜୀବନର ଲକ୍ଷ୍ୟ ରଖିଥିବା କହିଛନ୍ତି । ସେହିପରି କଳାରେ ବେଷ୍ଟ ଗ୍ରାଜୁଏଟ ହୋଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ବୀରସ୍ୱତୀ ଗ୍ରାମର ସୁବାଷ ଚନ୍ଦ୍ର ଜେନା ଏବଂ ଲକ୍ଷ୍ମୀପ୍ରିୟା ଜେନାଙ୍କ ଝିଅ ମୋନାଲିସା ଜେନା ସିଜିପିଏ ୯.୭୦ ମାର୍କ ରଖି କଳା ବିଭାଗରେ ପ୍ରଥମ ହୋଇଛନ୍ତି । ତାଙ୍କ ବାପା ଜଣେ ଚାଷୀ ହୋଇଥିବା ବେଳେ ମାତା ଜଣେ ଗୃହିଣୀ ଅଟନ୍ତି । ମୋନାଲିଶା ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । କଳାରେ କୃତିତ୍ୱ ହାସଲ କରିଥିବା ମୋନାଲିସା କୁହନ୍ତି ଯେ ସେ ଜଣେ ଭଲ ପ୍ରଫେସର ହୋଇ ପିଲାମାନଙ୍କୁ ପାଠ ପଢାଇବେ । ସେହିଭଳି ବାଣିଜ୍ୟ ବିଭାଗରେ ଗରାପୁର ଗ୍ରାମର ସେକ ରଫିକ ଖାନଙ୍କ ପୁଅ ତଫିକ ଖାନ ସିଜିପିଏ ୯.୨୪ ରଖି ପ୍ରଥମ ହୋଇଛନ୍ତି । ତଫିକ ସିଭିଲ ସର୍ଭିସ ପରୀକ୍ଷା ଦେଇ ଜଣେ ଆଇଏଏସ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।
kanikanews.in
Next Post
ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ୱାଳଙ୍କ କେନ୍ଦ୍ରାପଡା ଗସ୍ତ
Fri Jun 30 , 2023
କେନ୍ଦ୍ରାପଡା,୩୦ା୬: ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ୱାଳ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି କେନ୍ଦ୍ରାପଡାରେ ପହଞ୍ଚିବା ପରେ ପ୍ରଥମେ ଶ୍ୟାମଗୁଡିଆ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ପହଞ୍ଚି ନିରାମୟ କେନ୍ଦ୍ର ପରିଦର୍ଶନ କରିବା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟି ନିରାମୟ କେନ୍ଦ୍ରରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ ଶ୍ରୀ ବିଶ୍ୱାଳ […]

KANIKA
- 10 months ago
ଶିବାନନ୍ଦ ଆଶ୍ରମରେ ଗାନ୍ଧୀ ଜୟନ୍ତୀ ପାଳନ
- 12 months ago
ସମାଜସେବୀ କଢି ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳି ସଭା
- 11 months ago
ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ସୁଭଦ୍ରା ସ୍ୱାଗତ ଶୋଭାଯାତ୍ରା
- 11 months ago
ଅନାମବନ୍ଧୁ ଧଳଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି ସଭା
- 5 months ago
ଶ୍ରୀ ଶ୍ରୀ ତ୍ରିବାଙ୍କେଶ୍ୱର ମନ୍ଦିର ତୃତୀୟ ବାର୍ଷିକ ଉତ୍ସବ
- 2 years ago
ଦୋଷିଆ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ
- 1 year ago
ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
- 1 year ago
କଜଳା ବିଲେଶ୍ୱର ମହାଦେବଙ୍କ ଜାଗର ଯାତ୍ରା