ଗୋରୁ ମାଂସ ବୋଝେଇ ଟ୍ରକ ଜବତ ମାମଲା , ୨ ଅଭିଯୁକ୍ତ କୋର୍ଟ ଚାଲାଣ



ପଟ୍ଟାମୁଣ୍ଡାଇ ପୋଲିସ ଗତକାଲି ରାତିରେ ଜବତ କରିଥିବା ଗୋମାଂସ ହାଡ଼-ଚମଡା ବୋଝେଇ ଟ୍ରକ ମାମଲାର ବିଧିବଦ୍ଧ ତଦନ୍ତ କରି ଆଜି ଏକ ମୋକଦମା ରୁଜୁ କରିବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପ୍ରକାଶ ଯେ ଗତକାଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବାଇ ପାସ ଛକରୁ ରାତି ପ୍ରାୟ ୯.୩୦ ମିନିଟ ସମୟରେ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ଏକ ଗୋରୁ ମାଂସ ବୋଝେଇ wb 33 d 7098 ନମ୍ବର ଟ୍ରକକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣା ଜଣାପଡିବା ପରେ ଥାନାକୁ ଲୋକଙ୍କ ସୁଅ ଛୁଟିଥିଲା । ପଟ୍ଟାମୁଣ୍ଡାଇ ପଶୁ ଚିକିତ୍ସାଧିକାରୀ ଏହି ଟ୍ରକ ଯାଂଚ କରି ରିପୋର୍ଟ ଦେବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବିଧିବଦ୍ଧ ତଦନ୍ତ କରି ଥାନା କେଶ ନଂ ୪୯୭/୨୩ରେ  ମୋକଦମା ରୁଜୁ କରି ପଶ୍ଚିମବଙ୍ଗ ଶେରପୁରାର ମୋତାଜ ଖାଁ ଓ ସଞ୍ଜୟ ଦତଙ୍କୁ ବେଆଇନ ଗୋରୁ ମାଂସ ଚାଲାଣ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ।


Discover more from

Subscribe now to keep reading and get access to the full archive.

Continue reading