
ପଟ୍ଟାମୁଣ୍ଡାଇ ବାବା ସାହେବ ଆମ୍ବେଦକର ଦଳିତ ଜାତି ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ସହର ପରିକ୍ରମା କରାଯିବା ସହିତ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନିଯୁକ୍ତ କରିବା, କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ଆସନ୍ତା ୨୦୨୬ରେ ପୁନଃରାୟ ସୀମା ପୁନଃନିର୍ଧାରଣ ସହ ବିଧାନସଭା ଓ ଲୋକସଭା ଆସନ ପୁନଃର୍ଗଠନ କରାଯାଉଥିବାରୁ ପୁନଃରାୟ ପଟ୍ଟାମୁଣ୍ଡାଇ (ସଂ )ଆସନ ପ୍ରତିଷ୍ଠା କରିବା, ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ପ୍ରଦାନ କରିବା, ସବଡିଭିଜନ ପାଇଁ ସମସ୍ତ ଭିତିଭୂମି ଥିବା ପଟ୍ଟାମୁଣ୍ଡାଇକୁ ସବଡ଼ିଭିଜନ ମାନ୍ୟତା ପ୍ରଦାନ କରିବା, ପଟ୍ଟାମୁଣ୍ଡାଇ ପୌର ପରିଷଦର ଜଳ ନିଷ୍କାସନ ମୁଖ୍ୟ ସମସ୍ୟା ହୋଇଥିବାରୁ ଜଳନିଷ୍କାସନ ପାଇଁ ପ୍ରଯ୍ୟାପ୍ତ ଡ୍ରେନ ନିର୍ମାଣ କରିବା, ନୂତନ ଗ୍ରାମାଂଚଳ ଥାନାରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ସହ ଦୂରତା ଦୃଷ୍ଟିରୁ ନରସିଂହପୁର ଓ ଡିହାପଡାକୁ ପୂର୍ବପରି ଆଦର୍ଶ ଥାନାରେ ସାମିଲ କରିବା, ଆମ୍ବେଦକର ଭବନ ନିର୍ମାଣ ପାଇଁ ମାଗଣା ଜମି ଯୋଗାଇବା, ବାର୍ଦ୍ଧକ୍ୟ ଓ ବିଧବା ଭତା ରାଶି ୩,୦୦୦ ଟଙ୍କାକୁ ବୃଦ୍ଧି କରିବା,ଦଳିତ ଓ ସାଧାରଣବର୍ଗର ଯୋଗ୍ୟ ହିତାଧିକାରୀକୁ ରାସନକାର୍ଡ ଯୋଗାଇବା ଆଦି ବିଭିନ୍ନ ଦାବୀ ନେଇ ସଂଘ ସଭାପତି କଳ୍ପତରୁ ମଲିକ, ଦଳିତନେତା ସର୍ବେଶ୍ୱର ସେଠୀ, ଉତମ ମଲିକ, ଦିଲ୍ଲୀପ ମଲିକ, ବାବାଜୀ ମଲିକଙ୍କ ନେତୃତ୍ୱରେ ଶତାଧିକ ଦଳିତ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଥିଲେ ।











