କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଲୋକ ଅଦାଲତ


କେନ୍ଦ୍ରାପଡ଼ା, ୬ା୧୦ : ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ମାସ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ । ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ କେନ୍ଦ୍ରାପଡା କୋର୍ଟ ସମେତ ଏହାର ନିକଟବର୍ତ୍ତୀ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ଅନୁଷ୍ଠିତ ହେବ । ତେଣୁ ଏହି ଲୋକ ଅଦାଲତରେ ଅସହାୟ ଗରିବ ଲୋକଙ୍କୁ ବିନା ମୂଲ୍ୟରେ ନ୍ୟାୟ ପ୍ରଦାନ କରାଯିବ । ଅଧିକରୁ ଅଧିକ ଲୋକ ସେମାନଙ୍କର ମୋକଦ୍ଦମାକୁ ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ପଞ୍ଜିକରଣ କରାଇ ଏହାର ସୁବିଧା ନେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ନିବେଦନ କରିଛନ୍ତି । ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ୍ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଲୋକ ଅଦାଲତ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ । ଏଥିରେ ପଞ୍ଜିକୃତ ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟରଯାନ ଦୁର୍ଘଟଣାଜନିତ, ଖାଉଟି ସମ୍ବନ୍ଧୀୟ, ରାଜସ୍ୱ ସମ୍ବନ୍ଧୀୟ ମୋକଦ୍ଦମା ଆଦିର ତ୍ୱରିତ ଫଇସଲା କରାଯିବ । ଫଳରେ ଦରିଦ୍ର, ନିଷ୍ପେସିତ, ଅବହେଳିତ ତଥା ଗ୍ରାମାଞ୍ଚଳରେ ଥିବା ଅଶିକ୍ଷିତ ଜନସାଧାରଣ ଏହି ଲୋକ ଅଦାଲତରୁ ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ । ଅସମାହିତ ମୋକଦ୍ଦମା ଗୁଡିକର ଫଇସଲା କରାଯାଇ ଜନସାଧାରଣଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ହେଉଛି ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତର ମୂଳ ଉଦ୍ଦେଶ୍ୟ । ପ୍ରଚାର ପ୍ରସାର ମାଧ୍ୟମରେ ଏହାର ଗୁରୁତ୍ୱ କିପରି ତୃଣମୂଳ ସ୍ତରରେ ପହଞ୍ôଚପାରିବ ଏବଂ ଲୋକମାନେ ଏହାର ସୁଫଳ ପାଇପାରିବେ ସେଥିପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି ।


Next Post

କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଙ୍ଘକୁ ଭେଟିଲେ ଜିଲ୍ଲାପାଳ

Fri Oct 6 , 2023
କେନ୍ଦ୍ରାପଡ଼ା, ୬ା୧୦ : କେନ୍ଦ୍ରାପଡା ରସାବଳିକୁ ଜି.ଆଇ.ଟ୍ୟାଗ ମାନ୍ୟତା ମିଳିବା ପରେ ଏହାର ଆବେଦନକାରୀ କେନ୍ଦ୍ରାପଡ଼ା ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘର କର୍ମକର୍ତ୍ତାମାନଙ୍କୁୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜି ଗରାପୁରସ୍ଥିତ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଏହା ଆମ କେନ୍ଦ୍ରାପଡ଼ା ପାଇଁ ଏକ ବିଶେଷ ଗୌରବର ବିଷୟ ବୋଲି ଜିଲ୍ଲାପାଳ ଅଭିବ୍ୟକ୍ତ କରି ଖୁବ୍ ଶିଘ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ […]

KANIKA