ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ୱାଳଙ୍କ କେନ୍ଦ୍ରାପଡା ଗସ୍ତ


କେନ୍ଦ୍ରାପଡା,୩୦ା୬: ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ୱାଳ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି କେନ୍ଦ୍ରାପଡାରେ ପହଞ୍ଚିବା ପରେ ପ୍ରଥମେ ଶ୍ୟାମଗୁଡିଆ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ପହଞ୍ଚି ନିରାମୟ କେନ୍ଦ୍ର ପରିଦର୍ଶନ କରିବା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟି ନିରାମୟ କେନ୍ଦ୍ରରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ ଶ୍ରୀ ବିଶ୍ୱାଳ ପରିଦର୍ଶନ ସମୟରେ ସେଠାରେ ଉପସ୍ଥିତ ଡାକ୍ତରଖାନା ଅଧିକ୍ଷକଙ୍କ ସହିତ ଏସମ୍ପର୍କରେ ଆଲୋଚନା କରିବା ସହ ନିରାମୟ କେନ୍ଦ୍ରକୁ ପ୍ରତିଦିନ ଆସୁଥିବା ରୋଗୀଙ୍କୁ କିପରି ଅଧିକ ସହଜ ଏବଂ ସୁବିଧାରେ ଔଷଧ ଯୋଗାଇ ଦିଆଯାଇପାରିବ ସେ ବିଷୟରେ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏହାପରେ ଶ୍ରୀ ବିଶ୍ୱାଳ ଜିଲ୍ଲାର ପାଟକୁରା, ମହାକାଳପଡା, ପଟ୍ଟାମୁଣ୍ଡାଇ ପ୍ରଭୃତି ସ୍ଥାନରେ ଥିବା ସରକାରୀ ଡାକ୍ତରଖାନା ଗୁଡିକୁ ପରିଦର୍ଶନରେ ଯାଇ ସେଠାରେ ଥିବା ନିରାମୟ କେନ୍ଦ୍ର ପରିଦର୍ଶନ କରିବା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଡାକ୍ତରଖାନା କତ୍ତୃପକ୍ଷଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ଉପଦେଷ୍ଟା ଶ୍ରୀ ବିଶ୍ୱାଳଙ୍କ ଏହି ପରିଦର୍ଶନ ସମୟରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ ଉପସ୍ଥିତ ଥିଲେ ।


Next Post

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୫.୪୯ପ୍ରତିଶତ

Fri Jun 30 , 2023
କେନ୍ଦ୍ରାପଡା, ୩୦ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ +୩ ବିଜ୍ଞାନ ବିଭାଗ ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ରୀ ଆଶା ଭୂୟାଁ କଲେଜ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି କଳା ବିଭାଗ ହିନ୍ଦୀ ସମ୍ମାନର ଛାତ୍ରୀ ମୋନାଲିଶା ଜେନା କଳା ବିଭାଗରେ ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ବିଭାଗ ସମ୍ମାନ ଛାତ୍ର ତଫିକ ଖାନ ବାଣିଜ୍ୟ ବିଭାଗର ଟପ୍ପର […]

KANIKA

Subscribe