ଆମ ସଂସ୍କୃତି ଓ ଆମ ଖେଳନା କର୍ମଶାଳା


କେନ୍ଦ୍ରାପଡା ୬/୧୦- କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜଜାଙ୍ଗଠାରେ ୩ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ “ଆମ ସଂସ୍କୃତି ଓ ଆମ ଖେଳନା” ପ୍ରସ୍ତୁତି ସମ୍ବନ୍ଧୀୟ କର୍ମଶାଳା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ୧୫ଟି ବିଦ୍ୟାଳୟରୁ ୨୦ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗଦାନ କରିଥିଲେ । ଆମ ସଂସ୍କୃତିକୁ ନେଇ କିପରି ବିନା ମୂଲ୍ୟ ଓ ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ପ୍ରକାର ଉପକରଣ ଓ ଖେଳନା ପ୍ରସ୍ତୁତ କରି ନିଜ ଜୀବନରେ ବିନିଯୋଗ କରିବେ ସେ ସମ୍ପର୍କରେ ୪ଜଣ ସାଧନ କର୍ମୀ(ଆର୍‌.ପି) ତିନିଦିନ ଧରି କର୍ମଶାଳାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବୁଝାଇ ତିଆରି କରାଇଥିଲେ । ସଂଯୋଜିକା ସ୍ନେହଲତା ପରିଡା ସମସ୍ତ କାର୍ଯ୍ୟର ତତ୍ତ୍ୱାବଧାରିକା ଭାବେ ଦାୟିତ୍ୱ ତୁଲାଇଥିଲେ । କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ସହ-ମଣ୍ଡଳ ଶିକ୍ଷାଧିକାରୀ କୁମୁଦିନୀ ଦେଈ ମୁଖ୍ୟ ଅତିଥି, ସ୍ଥାନୀୟ କପାଳେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ଯୁବ ନେତା ରୋହିତ କୁମାର ମହାନ୍ତି ଓ ଅବସରପ୍ରାପ୍ତ ଶିକ୍ଷକ ତଥା ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ଭାସ୍କର ଚନ୍ଦ୍ର ଦାଶ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ପାବନି କୁମାର ରାଉତ ଯୋଗଦାନ କରି ଏହି କର୍ମଶାଳାରୁ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ଉପଲବ୍ଧ ଜ୍ଞାନକୁ ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କଠାରେ ପ୍ରୟୋଗ କଲେ ଏହି କର୍ମଶାଳାର ଲକ୍ଷ୍ୟ ସାଧିତ ହେବ ବୋଲି ବକ୍ତବ୍ୟ ରଖିଥିଲେ । ସର୍ବଶେଷରେ ସିଆରସିସି ସ୍ନେହଲତା ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading