ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ,ଉଜ୍ୱଳ ଆଲୋକ ବ୍ୟବସ୍ଥା ସହ ସମସ୍ତ ମୌଳିକ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ



ରାଜ୍ୟ ନଗର ଉନ୍ନୟନ ବିଭାଗ ନିର୍ଦେଶରେ ପଟ୍ଟାମୁଣ୍ଡାଇ ପୌରାଂଚଳ ଆଲୋକୀକରଣ (ଉଜ୍ୱଳ ଆଲୋକ ବ୍ୟବସ୍ଥା ) ସଫଳ କାର୍ଯ୍ୟକାରିତା ପାଇଁ ପୌର ପରିଷଦର ସ୍ୱତନ୍ତ୍ର ଅଧିବେଶନ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ପଟ୍ଟାମୁଣ୍ଡାଇ ସହରବାସୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଉଜ୍ଜଳ ଆଲୋକ ବ୍ୟବସ୍ଥା ସରକାରୀ ନୀତିନିୟମ ମଧ୍ୟରେ ସଫଳତାର ସହ କାର୍ଯକାରୀ କରିବାକୁ ପରାମର୍ଶ ଦେଇଥିଲେ । ପୌର ପରିଷଦ ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ଉଜ୍ୱଳ ଆଲୋକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସରକାରୀ ନୀତିନିୟମ ଉଲ୍ଲେଖ କରିଥିଲେ । ସରକାରୀ ନିୟମ ଅନୁଯାୟୀ ଟେଣ୍ଡର କରାଯାଇ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଥିଲେ । ପୌର ପରିଷଦର ସ୍ୱତନ୍ତ୍ର ଅଧିବେଶନ ପରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ସହ ସମସ୍ତ ମୌଳିକ ସମସ୍ୟା ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ପିଇବା ପାଣି, ବିଦ୍ୟୁତ ଆଦି ବିଭିନ୍ନ ସମସ୍ୟା ସମାଧାନ କରି ପୌରାଂଚଳ ବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପୌର ନିର୍ବାହୀ ଅଧ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଗତ ୨୬ ଜୁଲାଇ ୨୦୨୩ ସାଧାରଣ ଅଧିବେଶନ ବିବରଣୀ ପଠନ ଓ ଦୃଢ଼ୀକରଣ କରାଯାଇଥିବାବେଳେ, ଗତ ଜୁଲାଇ ଅଗଷ୍ଟ ଓ ସେପ୍େଟମ୍ବର ୩ ମାସର ଆୟବ୍ୟୟ ଅନୁମୋଦନ କରାଯାଇଥିଲା । ଭେଣ୍ଡିଂ ଜୋନ, ପ୍ରଧାନମନ୍ତ୍ରୀ ଆବାସଯୋଜନା ଗୃହ ସଂପୂର୍ଣ୍ଣ ସମେତ ଜଳନିଷ୍କାସନ,ରାସ୍ତାଘାଟ, ପାନୀୟଜଳ, ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ, ସାଧାରଣବଂଟନ, ଭତା, ବୁଲା ଗାଇ ଗୋରୁ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । କାଉନସିଲର ମାନେ ନିଜ ନିଜ ୱାର୍ଡର ସମସ୍ୟା ଉଥାପନ କରିଥିଲେ । ପୌର ଅଧକ୍ଷ ବିଭିନ୍ନ ୱାର୍ଡ ସମସ୍ୟା ସମାଧାନ ପାଇଁ ପୌର ପ୍ରଶାସନକୁ ନିର୍ଦେଶ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading