ବଡ଼ମୂଳବସନ୍ତ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ


ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ସହ ପଲ୍ଲୀରେ ଥିବା ଲୋକମାନଙ୍କ ନିକଟରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ନିର୍ଦ୍ଦେଶରେ ଏକ ନିଆରା ସରକାରୀ କାର୍ଯ୍ୟକ୍ରମ ପଲ୍ଲୀରେ ପ୍ରଶାସନ ଆରମ୍ଭ ହୋଇଛି ପଟ୍ଟାମୁଣ୍ଡାଇ ବ୍ଲକର ବଡ଼ ମୂଳବସନ୍ତ ପଞ୍ଚାୟତରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ  ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି   ଏଥିରେ ଅତିରିକ୍ତ ତହସିଲଦାର ପ୍ରତ୍ୟୁଷା ପ୍ରିୟଦର୍ଶନୀ , ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ,ବଡ଼ମୂଳବସନ୍ତ ସମିତିସଭ୍ୟା ସ୍ମୃତି ମୟୀ ମଲିକ  ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏହି ନିଆରା ସରକାରୀ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କ ସମର୍ଥନ ଥିବା ଦେଖିବାକୁ ମିଳିଥିଲା   ଏଥିରେ ଆବାସ, ରାସନକାର୍ଡ,ଓ ଭତ୍ତାକୁ ମିଶାଇ ସମୁଦାୟ ୧୨୧ ଆପତ୍ତି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ  ନିର୍ଦେଶ ଦିଆଯାଇଥିଲା ଏଥିରେ ୫ଜଣଭତ୍ତା ପାଇଁ ଆବେଦନ କରିଥିବାବେଳେ  ୨ କେ ସି ସି ଡ଼ାଇରୀ ପାଇଁ ଆବେଦନ କରିଥିଲେ ଏଥି ସହିତ  ୪ ଏସ ଏସ ଜି ଙ୍କ ବ୍ୟାଙ୍କ ସଂଯୋଗୀକରଣ,୫୦ଜଣ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ବେଳେ ୫୦ଜଣ ଗାଇଗୋରୁଙ୍କୁ ଟୀକା ଦିଆଯାଇଥିଲା ଏହି ସରକାରୀ କାର୍ଯ୍ୟକ୍ରମରେ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ଵର ବରାଳ, ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ ,ଏସ ଇ ଓ ଉଦାର ସୁନ୍ଦର ସ୍ୱାଇଁ ,ଯୋଗାଣ ନିରୀକ୍ଷକ ମଧୁସ୍ମିତା ଜେଟି,ବ୍ଲକ ସମାଜକଲ୍ୟାଣ ଅଧିକାରିଣୀ ସସ୍ମିତା ନାୟକ,ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀଚରଣ ବାରିକ ଜି ଆର ଏସ ରାଜଶ୍ରୀ ମଲିକ ,ବ୍ଲକ ଉଦ୍ୟାନ ଅଧିକାରୀ, ବ୍ଲକ  ପଶୁସମ୍ପଦ ଅଧିକାରୀ ପ୍ରମୁଖ  ବହୁ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଏହି ପଲ୍ଲୀ ପ୍ରଶାସନ କାର୍ଯ୍ୟକ୍ରମରେ ଆଗତ ସମସ୍ତ ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି


Discover more from

Subscribe now to keep reading and get access to the full archive.

Continue reading