ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ବିଶ୍ୱରଞ୍ଜନ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି, ବି.ଆର.ସି.ସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା, ରାଜ୍ୟ ପୁରସ୍କୃତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ,ଶିକ୍ଷାବିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଓ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର ସମ୍ନାନିତ ଅତିଥି ଭାବେ ଯୋଗ ଦେଇ ଶିଶୁର ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ସରକାରଙ୍କ ଅଭିନ୍ୱ ପ୍ରୟାସ ବୋଲି ମତପ୍ରକାଶ କରିଥିଲେ । ଏଇ ଅବସରରେ ଆୟୋଜିତ ବକୃତା, ଚିତ୍ରାଙ୍କନ, ସଂଗୀତ,ନୃତ୍ୟ ଓ ସାଧାରଣଜ୍ଞାନ ପ୍ରତିଯୋଗିତାର ବିଚାରକ ଭାବେ ସି ଆର ସି ସି ମଳୟ ଜେନା, ତ୍ରିଲୋଚନ ସ୍ୱାଇଁ, ପ୍ରଦୀପ ତରାଇ, ଉମାକାନ୍ତ ବେହେରା, ଗୋଦାବରୀଶ ମିଶ୍ର ଯୋଗ ଦେଇ କୃତି ପ୍ରତିଭା ଚୟନ କରିଥିଲେ । ଉଦଯାପନୀ ଉତ୍ସବରେ ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଭାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶେଷରେ ଗୋଲକ ବିହାରୀ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଏହି ସୁରଭି କାର୍ଯ୍ୟକ୍ରମରେ ବକ୍ତାରପୁର କ୍ଲଷ୍ଟରର ୧୫ ଟି ସ୍କୁଲର ୧୬୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜୟନ୍ତ ନାୟକ, ସଞ୍ଜୟ ତ୍ରିପାଠୀ, ଅଶୋକ ଦାଶ, ଗୋମତୀ ସ୍ୱାଇଁ,ଅନିତା ଧଳ, ରାଜଶ୍ରୀ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।