ପଲ୍ଲିଶ୍ରୀ ମେଳା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ପଲ୍ଲିଶ୍ରୀ ମେଳା’ ଓ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମେଳା ପାଇଁ ତାରିଖ ଧାର୍ଯ୍ୟ ହେବା ସହ ଏହାକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ଚଳିତ ଅକ୍ଟୋବର ମାସ ୨୭ ତାରିଖରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ‘ପଲ୍ଲିଶ୍ରୀ ମେଳା’ ଆୟୋଜିତ ହେବା ପାଇଁ ସ୍ଥିର ହୋଇଥିବା ବେଳେ ନଭେମ୍ବର ମାସ ୧୬ ଓ ୧୭ ତାରିଖରେ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ଆୟୋଜିତ ହେବ । ଏହି ବୈଠକରେ ମୁଖ୍ୟ ପଶୁସମ୍ପଦ ଅଧିକାରୀ ଡା. ଦୀପ୍ତି ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡକ୍ଟର୍ ଅରବିନ୍ଦ ଦାସ, ପୈାର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ, ନାବାର୍ଡ଼ର ସହକାରୀ ସାଧାରଣ ପରିଚାଳକ ଅଶୋକ କୁମାର ଆଚାର୍ଯ୍ୟ, ଉପଖଣ୍ଡ ସ୍ତରୀୟ ପଶୁ ଚିକିତ୍ସକ ଡା. ମନୋଜ କୁମାର ପଟ୍ଟନାୟକ, ଓର୍‌ମାସ୍‌ର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀରୋଦ କୁମାର ଜେନା, ମିଶନ୍ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାଶ ଚନ୍ଦ୍ର ସେନାପତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ ।


Next Post

ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Wed Oct 11 , 2023
ପଟ୍ଟାମୁଣ୍ଡାଇର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ରାଉତଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ଏସୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ବୁଧବାର ସ୍ଥାନୀୟ ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସୁଧାଂଶୁ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘର ସଭ୍ୟମାନେ ଯୋଗଦେଇ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ସ୍ୱର୍ଗତ ରାଉତଙ୍କ ଜୀବନୀ ଉପରେ ସ୍ମୁତିଚାରଣ କରିଥିଲେ । ସ୍ୱର୍ଗତ ରାଉତ ଜଣେ ନିର୍ଭିକ,ନିରପେକ୍ଷ ଓ ସାହାସୀ ସାମ୍ବାଦିକ […]

KANIKA