ବିଭିନ୍ନ ଦାବୀ ନେଇ ସରପଞ୍ଚମାନେ କେନ୍ଦ୍ରାପଡା ବିଡିଓଙ୍କୁ ଦାବୀପତ୍ର



ରାଜ୍ୟ ସରପଞ୍ଚ ସଂଘ ତରଫରୁ ଗତ ୨୨ତାରିଖ ଠାରୁ ୧୫ ଦଫା ଦାବି ନେଇ କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧିନସ୍ଥ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଏହାକୁ ସମର୍ଥନ କରି ଆଜି କେନ୍ଦ୍ରାପଡା ବ୍ଲକ ଉନ୍ନୟନ ଅଧିକାରିଣୀ ବନ୍ଦନା ଖଟୁଆଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବୀ ରାଜ୍ୟ ସରକାର ପୂରଣ ନ କରିଛନ୍ତି ସେ ପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହି ଦାବୀ ଗୁଡିକ ମଧ୍ୟରେ ପଲ୍ଲୀ ସଭା ଓ ଗ୍ରାମ ସଭାକୁ ଗୁରୁତ୍ୱ ଦିଆଯିବା, ଭାରତ ସରକାର ଓ ଓଡିଶା ସରକାରଙ୍କ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଓ ହିତାଧିକାରୀଙ୍କ ଚୟନ ଗ୍ରାମ ସଭା ମାଧ୍ୟମରେ ଅନୁମୋଦନ କରାଯିବା, ପଞ୍ଚାୟତରେ ୱାର୍ଡ ସଭ୍ୟ/ସଭ୍ୟାମାନଙ୍କ ଦ୍ୱାରା କରାଯାଉଥିବା ଅନାସ୍ତା ପ୍ରସ୍ତାବକୁ ବନ୍ଦ କରିବା, ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଆସୁଥିବା ଅର୍ଥ ଗ୍ରାମସେବା ମାଧ୍ୟମରେ ପାରିତ ହୋଇ ପଞ୍ଚାୟତକୁ ତଦାରଖ ଦାୟିତ୍ୱ ଦେବା, ସରପଞ୍ଚମାନଙ୍କର ଭତ୍ତା ୩୦ ହଜାର ଟଙ୍କା ବୃଦ୍ଧି ଓ ବାର୍ଷିକ ୫ ହଜାର ଟଙ୍କା ଭତ୍ତା ଦେବାକୁ, ସରପଞ୍ଚମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ଏବଂ ସରପଞ୍ଚମାନଙ୍କ କାର୍ଯ୍ୟକାଳ ସମୟରେ ମୃତ୍ୟୁ ହେଲେ ପରିବାରକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା, ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବ୍ୟାଙ୍କ ମାଧ୍ୟମରେ ଅର୍ଥ ନେଣ ଦେଣ କରିବା, ଗ୍ରାମ ପଞ୍ଚାୟତ ଅର୍ଥରେ ଖର୍ଚ୍ଚ ହେଉଥିବା ସମସ୍ତ କାର୍ଯ୍ୟକୁ ପଞ୍ଚାୟତ ଦ୍ୱାରା ପରିଚାଳନା କରିବା ପ୍ରଭୃତି ୧୫ ଦଫା ଦାବୀ କେନ୍ଦ୍ରାପଡା ବିଡିଓଙ୍କୁ ପ୍ରଦାନ କରିଥିଲେ । ଏହି ଦାବିପତ୍ର ସମୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading