ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଏକ ଆଇନ ସଚେତନତା ଶିବିର ପଟ୍ଟାମୁଣ୍ଡାଇ ଡାକ୍ତରଖାନ ସମ୍ମିଳନୀ ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଆଇନସେବା ସମିତିର ଅଧ୍ୟକ୍ଷା ସିନିଅର ସିଭିଲ ଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଜେଏମଏଫସି କୋଟ୍ ଜଜ୍ ସମୀକ୍ଷା ମିହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ମାନସିକ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଅବହେଳା ଓ ଅନାଦର ନକରି ସେମାନଙ୍କର ସେବା କରିବା ସହ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ସମସ୍ତଙ୍କର ନୈତିକ ଓ ସାମାଜିକ ଦାୟିତ୍ୱ ।
ଜେଏମଏଫସି କୋଟ୍ ଜଜ୍ ମୋନାଲିସା ପ୍ରଧାନ କହିଥିଲେ ଯେ, ୧୯୯୨ ମସିହାରେ ପ୍ରଥମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଆରମ୍ଭ ହୋଇଥିଲା । ମିଳିତ ଜାତିସଂଘର ଜେନେରାଲ୍ ସେକ୍ରେଟେରୀ ରିଚାର୍ଡ ହଣ୍ଟ ଓ ୱାର୍ଲ୍ଡ ହେଲଥ ଫେଡେରେସନ ଅଫ୍ ମେଣ୍ଟାଲ ହେଲ୍ଥର ମିଳିତ ଉଦ୍ୟମରେ ଏହି ଦିନ ପାଳନ କରାଯାଇଥିଲା । ତେବେ ୧୯୯୪ରେ ମିଳିତ ଜାତିସଂଘର ତତ୍କାଳୀନ ମହାସଚିବ ଇଉଜିନ୍ ବ୍ରୋଡି ଏକ ଥିମ୍ ରଖି ଏହି ଦିନଟିକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୧୦ରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବୋଲି ପ୍ରକାଶ କରିବା ସହିତ ମାନସିକ ଅନଗ୍ରସର ବା ରୋଗୀଙ୍କର ଆଇନଗତ ଅଧିକାର ସଂପର୍କରେ ଆଲୋକପାତ କରିଥିଲେ ।
ଆଇନୀଜୀବୀ ସୁରେଶ ନରେନ୍ଦ୍ରଙ୍କ ସଂଯୋଜନାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଆଇନୀଜୀବୀ ବିଦ୍ୟାଧର ଦାଶ,ଆଇନଜୀବୀ ମନୋଜ ନାୟକ ପ୍ରମୁଖ ଯୋଗ ଦେଇ ସୁସ୍ଥ ଜୀବନଯାପନ ପାଇଁ ସୁସ୍ଥ ମାନସିକ ସ୍ଥିତି ନିତାନ୍ତ ଆବଶ୍ୟକ.ମାନସିକ ସନ୍ତୁଳନ ପାଇଁ ପୁଷ୍ଟିକର ଆହାର. ଯୋଗ, ପ୍ରାଣାୟାମ, ଧ୍ୟାନ, ସତଗ୍ରନ୍ଥ ପଠନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ଅବସରରେ ପଟ୍ଟାମୁଣ୍ଡାଇ ମୁଖ୍ୟ ମେଡିକାଲ ରେ ରୋଗୀ ମାନଂକୁ ତାଲୁକ ଆଇନ୍ ସେବା ପକ୍ଷରୁ ଫଳବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଆଇନ୍ ସେବା ସଂଯୋଜିକା ଅପର୍ଣ୍ଣା ସାମଲ,ମୋହନ ଦାଶ, ମିନାକ୍ଷୀ ବିଶ୍ୱାଳ, ଗୀତାଞ୍ଜଳି ପୃଷ୍ଟି ପରିଚାଳନା କରିଥିଲେ । ଆଇନୀଜୀବୀ ମନୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ. ।