କେନ୍ଦ୍ରାପଡ଼ା ଜଜାଙ୍ଗସ୍ଥିତ କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର ଏବଂ ସ୍ୱେଛାସେବୀ ଅନୁଷ୍ଠାନ ରାଇଡ୍ର ମିଳିତ ସହଯୋଗରେ ବାଲିଆ ଗ୍ରାମରେ କୃଷକ ଓ କୃଷିଜୀବି ମହିଳାଙ୍କ ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନକୃଷି ବୈଜ୍ଞାନିକ ଡଃ. ପ୍ରଭଞ୍ଜନ ମିଶ୍ର ଯୋଗଦେଇ ଉଦ୍ୟାନ ଜାତୀୟ ଫସଲରେ ସୁକ୍ଷ୍ମ ଜଳସେଚନ ପ୍ରୟୋଗ ପଦ୍ଧତି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ମତ୍ସ୍ୟ ବୈଜ୍ଞାନିକ ମାନସରଞ୍ଜନ ବେହେରା ମତ୍ସ୍ୟଚାଷୀଙ୍କ ପାଇଁ ଅଙ୍ଗୁଳିକା ଓ ବର୍ଷିକୀୟା ଯାଆଁଳ ଉତ୍ପାଦନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଅବସରରେ ଗ୍ରାମର ବିଦ୍ୟାଳୟ ପରିସରରେ ସ୍ୱଛ ଭାରତ ଅଭିଯାନରେ ସଫେଇ କରାଯାଇଥିଲା । ଏଥିସହିତ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ ସହାୟକ ପ୍ରଭାତ କୁମାର ସାହୁ ନମୁନା ମାଟି ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଇଡ ସ୍ୱେଛାସେବୀ ସଂଗଠନର ସମ୍ପାଦକ କିଶୋର ଚନ୍ଦ୍ର ସାହୁ ସହଯୋଗ କରିଥିଲେ । ଚାଷୀ ବାସନ୍ତୀ ନାୟକ, ନିରଞ୍ଜନ ନାୟକ, ଜୀବନ କୁମାର ନାୟକ ପ୍ରମୁଖ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଚାଷୀ ଏହି ତାଲିମ ଶିବିରରେ ଅଂଶଗ୍ରହଣ କରି ତାଲିମ ନେଇଥିଲେ ।
kanikanews.in
Next Post
ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ପୀଠରେ ହବିଷ୍ୟ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
Thu Oct 12 , 2023
କେନ୍ଦ୍ରାପଡ଼ା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ହବିଷ୍ୟାଳୀଙ୍କ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ତୁଳସୀକ୍ଷେତ୍ରରେ ହବିଷ୍ୟ କରିବା ପାଇଁ ଆସୁଥିବା ହବିଷ୍ୟାଳୀଙ୍କ ରହିବା, ଖାଇବା, ସ୍ୱାସ୍ଥ୍ୟ ପରୀକ୍ଷା, ସତସଙ୍ଗ, ରାଇଦାମୋଦର ବେଶ, ଅଁଳା ବେଢା ପରିକ୍ରମା, ମନ୍ଦିର ପରିକ୍ରମା ପ୍ରଭୃତି କରାଯିବାକୁ ସ୍ଥିର କରାଯାଇଥିଲା । ସାଧୁସନ୍ଥମାନଙ୍କ […]

You May Like
- 1 year ago
ଆଦର୍ଶ ଶିକ୍ଷକ ସୁବାଷ ପଣ୍ଡାଙ୍କ ବିୟୋଗ
- 10 months ago
ପୁରୁଣା ପେନସନ ଲାଗୁପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର
- 1 year ago
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନମେଳା