କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ମୁନିସିପାଲଟିରେ ଅର୍ବାନ ସିଏଚସି ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବ କଂଗ୍ରେସ


କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖଡିଅଙ୍ଗ ଠାରେ ମଞ୍ଜୁରୀ ପ୍ରାପ୍ତ ୟୁପିଏଚସି କାର୍ଯ୍ୟକ୍ଷମ କରିବା ଦାବିରେ ଆସନ୍ତା ଅକ୍ଟୋବର ୧୮ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନଗର କଂଗ୍ରେସ କମିଟି ତରଫରୁ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କ୍ଷୋଭ ପ୍ରକାଶ କରି କହିଥିଲେ ଯେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାରି ହୋଇଥରବା ନିର୍ଦ୍ଦେଶନାମା ସଂଖ୍ୟା-୧୭୩୭୦ ତାରିଖ ୨୧/୭/୨୦୨୩ରେ କୁହାଯାଇଥିଲା ଯେ ପୁରୁଣା ମୁଖ୍ୟ ଚିକିତ୍ସାଳୟ ଖଡିଅଙ୍ଗ ଠାରେ ଚାଲିଥିବା ୟୁପିଏଚସିରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗଇବା ସହ ନିଦ୍ଧିଷ୍ଟବାରରେ ବିଶେଷଜ୍ଞ ସେବା ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚାରୋଟି ଶଯ୍ୟା ଯୋଗାଇ ଦିଆଯିବ । କିନ୍ତୁ ଇତି ମଧ୍ୟରେ ୮୨ଦିନ ବିତିଯାଇଥିଲେ ମଧ୍ୟ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇନାହିଁ । ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକାଧିକ ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ଏଥି ସହିତ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା କ୍ଷେତ୍ରରେ ରାଜ୍ୟସରକାରଙ୍କ ଉଦାସିନତା ମନୋଭାବ ଜିଲ୍ଲାବାସୀଙ୍କୁ ଚରମ ଆଘାତ ଦେଇଛି । କଂଗ୍ରେସ ତରଫରୁ “ମାଟିପାଇଁ ପାଟି ମୋର ଓ ମାଟି ପାଇଁ ମାଡିଚାଲ” ମହାଆନ୍ଦୋଳନ କରାଯାଇଥିଲେ ମଧ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନାହି । ଇତି ମଧ୍ୟରେ ସରକାର ୮ଗୋଟି ମେଡିକାଲ ପ୍ରତିଷ୍ଠା କରିଥିଲେ ମଧ୍ୟ କେନ୍ଦ୍ରାପଡା ପ୍ରତି ଘୋର ଅବିଚାର କରାଯାଇଛି । କଂଗ୍ରେସ ତରଫରୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏ ସଂକ୍ରାନ୍ତରେ ମୁଖ୍ୟ ମନ୍ତ୍ରୀଙ୍କ ନିକଟକୁ ଦୁଇଦୁଇଟି ପତ୍ର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିଲା ନାହିଁ । ସୁତରାଂ କେନ୍ଦ୍ରାପଡାର ପ୍ରଧାନ ଦାବୀ କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ଓ କେନ୍ଦ୍ରାପଡା ମୁନିସିପାଲଟିର ପ୍ରଧାନ ଦାବୀ ଅର୍ବାନ ପିଏଚସିକୁ ଅର୍ବାନ ସିଏଚସିରେ ପରିଣତ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ସଂକ୍ରାନ୍ତରେ ଆଜି ଜିଲ୍ଲାପାଳଙ୍କୁ ଏକ ନୋଟିସ ଜରିଆରେ ନଗର କଂଗ୍ରେସ ତରଫରୁ ସୁଚାଇ ଦିଆଯାଇଛି । ଜିଲ୍ଲାପାଳଙ୍କ ତରଫରୁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ଦାବି ପତ୍ର ଗ୍ରହଣ କରିଥିଲେ । ନଗର କଂଗ୍ରେସ ତରଫରୁ ଜିଲ୍ଲା ପ୍ରଶାସନକୁ ସାକ୍ଷାତ ଆଲୋଚନା କରିଥିବା ପ୍ରତିନିଧି ଦଳରେ ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତିଙ୍କ ସମେତ ପୂର୍ବତନ ନଗର ସଭାପତି ସୌମେନ୍ଦ୍ର ପୃଷ୍ଟି, ପୂର୍ବତନ ନଗର ପାଳ ଆକବର ଅଲ୍ଲୀ, ପୂର୍ବତନ ପିସିସି ସଭାପତି ମୁକ୍ତାର ଖାଁ, ପୂର୍ବତନ କାଉଁସିଲର ହିବଜୁର ରହେମାନ, କାଉଁସିଲର ଚାନ୍ଦ ବାବୁ, ଡିସିସି ସାଧାରଣ ସମ୍ପାଦକ କମାଳାକାନ୍ତ ବେହେରା, ଡିସିସି ସାଧାରଣ ସମ୍ପାଦକ ଆଶିଷ ମେକାପ, ଆଇନଜୀବୀ ମୁକ୍ତାର ଅଲ୍ଲୀ ଖାଁ, ଆଇନଜୀବୀ ବିଭୂତି ଭୂଷଣ ଦାସ ଓ ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ବ୍ୟାଙ୍କ ଅଧିକାରୀ ଗଣେଶ ମେକାପ ପ୍ରମୁଖ ସାମିଲ ହୋଇଥିଲେ । ଏଥି ସହ ନଗର କଂଗ୍ରେସର ଜରୁରୀ ବୈଠକରେ ଡିସିସି କୋଷାଧ୍ୟକ୍ଷ ଉମାଶଙ୍କର ଜେନା,ଡିସିସି ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ଜେନା, ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକତର, ଯୁବ କଂଗ୍ରେସ ସଭାପତି ଅମିର ଅଲମନ, ଯୁବ ନେତା ନାରାୟଣ ପଣ୍ଡା, ସେକ ଜଗୁ, ନିରଞ୍ଜନ ସାହୁ, ରବିନ୍ଦ୍ର ସାହୁ, ଡିସିସି ସାଧାରଣ ସମ୍ପାଦକ ମିର ମୁରସିଦ ପ୍ରମୁଖ ଯୋଗ ଦେଇଥିଲେ ।


Next Post

କେନ୍ଦ୍ରାପଡା ଜିଲ୍ଲାରେ ଜନ ଶିକ୍ଷଣ ସଂସ୍ଥାନ କାର୍ଯ୍ୟକ୍ରମ

Fri Oct 13 , 2023
କେନ୍ଦ୍ରାପଡା ଜିଲ୍ଲାରେ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଆଜି ୧୧ ଘଟିକା ସମୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର କେନ୍ଦ୍ରାପଡାର ସମ୍ମିଳନୀ ଗୃହରେ ଜନ ଶିକ୍ଷଣ ସଂସ୍ଥାନରୁ ୨୦୨୨-୨୦୨୩ର ପାସ୍ କରିଥିବା ୧୬୦ ଜଣ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ ଏବଂ କୌଶଳ ଦିକ୍ଷାଂନ୍ତ ସମାରୋହ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡାର ଜିଲ୍ଲା ନିଯୁକ୍ତି ଅଧିକାରୀ ଘନଶ୍ୟାମ ସା ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ […]

KANIKA