ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା


ପଟ୍ଟାମୁଣ୍ଡାଇର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ରାଉତଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ଏସୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ବୁଧବାର ସ୍ଥାନୀୟ ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସୁଧାଂଶୁ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘର ସଭ୍ୟମାନେ ଯୋଗଦେଇ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ସ୍ୱର୍ଗତ ରାଉତଙ୍କ ଜୀବନୀ ଉପରେ ସ୍ମୁତିଚାରଣ କରିଥିଲେ । ସ୍ୱର୍ଗତ ରାଉତ ଜଣେ ନିର୍ଭିକ,ନିରପେକ୍ଷ ଓ ସାହାସୀ ସାମ୍ବାଦିକ ଭାବେ ପରିଚିତ ଥିଲେ । ସେ ପୁର୍ବରୁ ଅନେକ ଜଣାଶୁଣା ଖବର କାଗଜର ପ୍ରତିନିଧୀତ୍ୱ କରି ଅନେକ ସଂସ୍କାର ଆଣିଥିଲେ । ଅଧୁନା ସେ ଅନୁପମ ଭାରତ ଖବର କାଗଜର ପ୍ରତିନିଧୀ ଭାବେ କାର୍ଯ୍ୟ କରୁଥିଲେ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ତ୍ୟାଗ ଅତୁଳନୀୟ ବୋଲି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧୀମାନେ ନିଜର ବ୍ୟକ୍ତବ୍ୟ ରଖିଥିଲେ । ସ୍ୱର୍ଗତ ରାଉତ ତାଙ୍କ ଜୀବନକାଳ ବ୍ୟାପି ସାମ୍ବାଦିକତା କ୍ଷେତ୍ରରେ ଯେଉଁସବୁ ସ୍ମୃତି ଛାଡି ଯାଇଛନ୍ତି ସେ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ପଟ୍ଟାମୁଣ୍ଡାଇରେ ଯେକୌଣସି ସଭାସମିତି ଉତ୍ସଵରେ ପ୍ରଥମେ ତାଙ୍କର ବେଦଧ୍ଵନି ଓ ଇଂରାଜୀ ବକ୍ତବ୍ୟ ଶୁଣିବାକୁ ମିଳୁଥିଲା ।.ତାଙ୍କ ଦେହାନ୍ତରେ ପଟ୍ଟାମୁଣ୍ଡାଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି  ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ସଂଘର ସାଧାରଣ ସଂପାଦକ ସଂଜୟ ପଣ୍ଡା ପଟ୍ଟାମୁଣ୍ଡାଇ ସଂଘର ସଂପାଦକ ପ୍ରତାପ ପାଢୀ, ବରିଷ୍ଠ ସାମ୍ବାଦିକ ଅଲେଖନାଥ ଶର୍ମା, ଶୁଶାନ୍ତ କୁମାର କର, ଉମାକାନ୍ତ ତ୍ରିପାଠୀ, ଉପେନ୍ଦ୍ର ନାୟକ, ହିମାନ୍ଦ୍ରି ମାଝି, ପ୍ରଦୋଷ ବିଶ୍ୱାଳ ରଶ୍ମିକାନ୍ତ ମହାନ୍ତି, ସୂର୍ଯ୍ୟ ନାରାୟଣ ଦାଶ, ନରେନ୍ଦ୍ର ଧଳ, ବ୍ରଜବନ୍ଧୁ ଦାଶ, ଲକ୍ଷ୍ମୀଧର ବାରିକ, ଧିରେନ୍ଦ୍ରନାଥ ମଲ୍ଲିକ, ଶିଶିର କୁମାର ସେଣ, ଭାଗିରଥି ବିଶ୍ୱାଳ, ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ସ୍ମୁତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading