ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ



କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର କାଙ୍କଦିଆ ଗ୍ରାମର ନିଳମଣୀ ମଲିକଙ୍କ ପୁଅ ମୀନକେତନ ମଲିକ(୩୩) କହ୍ନଇପୁର ଗ୍ରାମ ରାସ୍ତାରେ ଏକ ପିକଅପ ଭ୍ୟାନ ଚଳାଇ ଯାଉଥିବା ବେଳେ ହଠାତ୍ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଚାଳକ ତଳକୁ ଓହ୍ଲାଇଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇପଡିଥିଲେ। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ଏକ ବିଧବା ପତ୍ନୀ ସମେତ ୪ବର୍ଷର ଝିଅ ରହିଛି । ସଦର ଥାନା ପୋଲିସ ଶବ ଜବତ କରି ବ୍ୟବଛେଦ ପରେ ତାଙ୍କ ପରିବାଲ ଲୋକଙ୍କୁ ହସ୍ତାନ୍ତର କରିଥିଲା । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ସରପଞ୍ଚ ସରୋଜିନୀ ନାୟକ, ଗଜେନ୍ଦ୍ର ପରିଡା, ରବୀନ୍ଦ୍ର ନାଥ ସ୍ୱାଇଁ, ଶ୍ରୀଧର ସ୍ୱାଇଁ, ପ୍ରଦୀପ ପରିଡା, ସମାଜସେବୀ ନିରଞ୍ଜନ ପରିଡା ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଶେଷଦର୍ଶନ କରି ତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ତାଙ୍କ ଗରିବ ପରିବାରକୁ ସରକାରୀ ସାହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।


Next Post

ମଦନପୁର ହାଇସ୍କୁଲରେ ଶିଶୁମହୋତ୍ସବ ସୁରଭି

Fri Oct 13 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର ହାଇସ୍କୁଲ ଠାରେ ଲଷ୍ମୀସୁବଳ କ୍ଲଷ୍ଟର ପକ୍ଷରୁ ଶିଶୁମହୋତ୍ସବ ସୁରଭି ବୁଧବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଜୟ କୁମାର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି,ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା ଓ ସି ଆର ସି ମଳୟ ଜେନା, ରଞ୍ଜନ କୁମାର ସାହୁ, ବିଶ୍ୱରଞ୍ଜନ […]

You May Like