କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶୈକ୍ଷିକ ପରିଷଦର ବୌଠକ


କେନ୍ଦ୍ରାପଡା ସ୍ୱୟଂଶାସିତ ମାହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ୨୦୨୩-୨୪ ଶୈକ୍ଷିକ ବର୍ଷ ନିମିତ୍ତ ମହାବିଦ୍ୟାଳୟର ଶୈକ୍ଷିକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ରଖିଥିଲେ । ମହାବିଦ୍ୟାଳୟର ୟୁଜିସି ସଂଯୋଜକ ଡଃ ପ୍ରଭାକର ମଲ୍ଲିକ ପୂର୍ବ ସଂକଳ୍ପର ଅନୁମୋଦନ କରାଇବା ସଂଗେ ସଂଗେ ୨୦୨୨-୨୩ ବର୍ଷରେ ସଂକଳ୍ପ ଅନୁସାରେ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟ ବିଷୟରେ ଗୃହକୁ ଅବଗତ କରାଇଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟର କୂଳପତିଙ୍କ ଦ୍ୱାରା ମନୋନୀତ ସଦସ୍ୟ ପି.କେ ହୋତା, ପ୍ରଫେସର ଚିନ୍ମୟ କୁମାର ପ୍ରଧାନ ଓ ମହାବିଦ୍ୟାଳୟ ଦ୍ୱାରା ମନୋନୀତ ସଦସ୍ୟ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ପୂର୍ବତନ ପଠାଣି ସାମନ୍ତ ପ୍ଲାନେଟୋରିୟମର ନିର୍ଦ୍ଦେଶକ ଡଃ ପ୍ରହଲାଦ ନାୟକ, ପ୍ରାକ୍ତନ କେନ୍ଦ୍ରାପଡା ପୌରପାଳିକାର ଅଧ୍ୟକ୍ଷ ଆଡଭୋକେଟ୍ ଧିରେନ କୁମାର ସାହୁ ୨୦୨୩-୨୪ ପାଠ୍ୟ ଖସଡାକୁ ଅନୁମୋଦନ କରିବା ସହିତ, ଛାତ୍ରଛାତ୍ରୀମାନଙ୍କର ନିୟୋଜିତ ହେବା ପାଇଁ ବ୍ୟାବହାରିକ ଜ୍ଞାନ ଉପରେ ଅଧିକ ଗୁରୁତ୍ୱ ଦେବା, ଲୋପ ପାଇଯାଉଥିବା ସ୍ଥାନୀୟ କଳା ସଂସ୍କୃତିକୁ ଭାଷା ସାହିତ୍ୟରେ ସ୍ଥାନ ଦେବା, ଗବେଷଣାକୁ ପ୍ରଧାନ୍ୟ ଦେବା, ମୂଲ୍ୟାୟନ ପଦ୍ଧତିରେ ପରିବର୍ତ୍ତନ ଆଣିବା ଉପରେ ମତବ୍ୟକ୍ତ କରିଥିଲେ । ଶୈକ୍ଷିକ ଅଧିକାରୀ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ୨୦୨୩-୨୪ ବର୍ଷ ପାଇଁ ଶୈଖିକ ପଞ୍ଜିକା ଉପସ୍ଥାପନ କରିଥିଲେ । ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ଅଶୋକ କୁମାର ଦାସ ବିଭିନ୍ନ ବିଷୟରେ ନିରିକ୍ଷକ ମାନଙ୍କର ତାଲିକା ଉପସ୍ଥାପନ କରିଥିଲେ । ପରିଷଦ ଦ୍ୱାରା ଉପସ୍ଥାପନା କରାଯାଇଥିବା ପ୍ରସ୍ତାବ ଗୁଡିକ ଅନୁମୋଦିତ ହୋଇଥିଲା । ଏହି ବୈଠକରେ ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ପ୍ରଶାସନିକ ଅଧିକାରୀ ମେଜର ମନୋରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 


Next Post

ଭିନ୍ନକ୍ଷମଙ୍କୁ ଯନ୍ତ୍ର ଚାଳିତ ତିନି ଚକିଆ ସାଇକେଲ ପ୍ରଦାନ ପରିକ୍ଷଣ ଶିବିର

Sat Oct 14 , 2023
ଭୂବନେଶ୍ୱରର ଆଲମିକୋ ସହାୟତାରେ ଜିଲ୍ଲାର ସମସ୍ତ ବ୍ଲକରେ ସେଣ୍ଟେମ୍ବର ୩୦ତାରିଖ ରୁ ଅକ୍ଟୋବର ୪ତାରିଖ ମଧ୍ୟରେ ୮୦% ରୁ ଅଧିକ ଭିନ୍ନକ୍ଷମତା ଥିବା ପୋଲିଓ ପରବର୍ତ୍ତୀ ସ୍ଥାୟୀ ମାଂସପେଶୀ ଦୁର୍ବଳତା, ଅଙ୍ଗ ଛେଦନ, ଶରୀର ନିମ୍ନଅଙ୍ଗର ଆଂଶିକ ମାଂସପେଶୀ ଦୁର୍ବଳତା, ଦୁଇ ଗୋଡ ପାରାଲିଶିସ (ଦୁର୍ବଳତା) ଓ ଲୋୟର ଳିମ୍ବ ମସଲ ଦୁର୍ବଳତା ବା ଅସୁସ୍ଥତାଙ୍କୁ ପରୀକ୍ଷା କରାଯାଇ ୭୫ ଜଣଙ୍କୁ ଚିହ୍ନଟ କରଯାଇଥିଲା । ଭୂବନେଶ୍ୱରର ଆଲମିକୋରୁ ଆସିଥିବା […]

KANIKA