ରାଜ୍ୟ ସ୍ତରୀୟ ଶିରିଡି ସାଇ ସମ୍ମାନ ସମାରୋହ


କେନ୍ଦ୍ରାପଡ଼ା, ୧୫ା୧୦: ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ବାପାମାନଙ୍କୁ ଶିରିଡି ସାଇ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ସାଇ ଏଜୁ କେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ସମ୍ପାଦକ ରାଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ବିଶେଷ ଭାବରେ ବାପାମାନଙ୍କୁ ସେମାନେଙ୍କ ଉତ୍ତମ କର୍ତ୍ତବ୍ୟ ସମ୍ପାଦନ ପାଇଁ ସମ୍ମାନିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପତିତପାବନ ଜେନା, ମୁଖ୍ୟବକ୍ତା ଭାବେ ପ୍ରଦୀପ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ସଞ୍ଜୟ କୁମାର ପଣ୍ଡା, ନିରଞ୍ଜନ ପରିଡା, ପ୍ରଭାତ କୁମାର ଲେଙ୍କା, ହରେକୃଷ୍ଣ ପାତ୍ର ପ୍ରମୁଖ ଯୋଗଦେଇ ସମାଜରେ ବାପାମାନଙ୍କ ପ୍ରତି ସନ୍ତାନଙ୍କ କର୍ତ୍ତବ୍ୟ ଉପରେ ଗୁରୁତ୍ୱାରୋପ କରିବା ସହିତ ସନ୍ତାନ ଭାବେ ସେମାନଙ୍କ ଦାୟିତ୍ୱ ସଠିକ ଭାବରେ ନିର୍ବାହ ଉପରେ ମତବ୍ୟକ୍ତ କରିଥିଲେ । ଏହି କାଯ୍ୟକ୍ରମକୁ ସମାଜସେବୀ ତଥା ନାରୀନେତ୍ରୀ ସୁପ୍ରଭା ମଲ୍ଲିକ ପରିଚାଳନା କରିଥିଲେ । ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗୋଜବାୟାଣୀ ପୀଠରେ ସାଇ ଏଜୁକେସନାଲ ଆଣ୍ଡ ଚାରି ଟେବୁଲ ଟ୍ରଷ୍ଟ ଭୁବେନେଶ୍ୱର ଶାଖା ପକ୍ଷରୁ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ବାପାମାନଙ୍କୁ ସମ୍ମାନିତ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


Next Post

କେନ୍ଦ୍ରାପଡାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ, ସାଇବର ସୁରକ୍ଷା ରଥ ବାହୁଡିଲା

Sun Oct 15 , 2023
କେନ୍ଦ୍ରାପଡା ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ସାରି ସାଇବର ସୁରକ୍ଷା ରଥ ଭୁବନେଶ୍ୱରକୁ ଆଜି ବାହୁଡି ଯାଇଛି । ଏହି ଉପଲକ୍ଷେ ପୋଲିସ ରିଜର୍ଭ ପଡିଆରେ ଆରକ୍ଷୀ ଅଧିକ୍ଷକ ମଡ଼କର ସମ୍ବିତ ସମ୍ପଦଙ୍କ ଅଧ୍ୟକ୍ଷତାରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର କହିଥିଲେ ଯେ ସାଇବର ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ଥାନା ଓ ବ୍ଲକ ଅଞ୍ଚଳରେ ବୁଲି ଲୋକମାନଙ୍କୁ ସାଇବର […]

KANIKA