ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ବିଶିଷ୍ଟ ଗବେଷକଙ୍କୁ ସମ୍ବର୍ଦ୍ଧନା


କେନ୍ଦ୍ରାପଡା ସହରସ୍ଥିତ ପବ୍ଲିକ ରିଡିଂରୁମ ପରିସରରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସଭାପତି କୁରୁଣାକର ଦାସଙ୍କ ପୈାରହିତ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କମିଟି ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସାମ୍ବାଦିକ ଆଶିଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ସାମ୍ବାଦିକ ଶ୍ରୀ ସେନାପତି କେନ୍ଦ୍ରାପଡା ରସାବଳି ଜି ଆଇ ମାନ୍ୟତା ପାଇଥିବାରୁ ଖୁସି ବ୍ୟକ୍ତ କରିବା ସହ କିପରି ରସାବଳିର ନିଜସ୍ୱ ସୁସ୍ୱାଦ ବଜାୟ ରହିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଜି ଆଇ ଟ୍ୟାଗରେ ଦର୍ଶାଯାଇଥିବା ତୃଟୀକୁ ତୁରନ୍ତ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଥିଲେ । ରସାବଳି ଜି ଆଇ ଟ୍ୟାଗ ପାଇଁ କେବଳ ନିରଞ୍ଜନ ମେକାପଙ୍କ ଭୂମିକା ମୁଖ୍ୟ ନୁହେଁ ବରଂ ସମଗ୍ର ଜିଲ୍ଲାର ଇତିହାସକୁ ସେ ଲୋକଲୋଚନକୁ ଆଣି ପାରିଥିବାରୁ ତାଙ୍କୁ ସାଧୁବାଦ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାନ୍ତି କହିଲେ ଯେ ରସାବଳି ଜି ଆଇ ଟ୍ୟାଗ ପାଇବା ଫଳରେ ବିଶ୍ୱ ଦରବାରରେ କେନ୍ଦ୍ରାପଡା ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ରସାବଳିର ମାନ୍ୟତା ପାଇବା ଦିଗରେ ଗବେଷକ ଶ୍ରୀ ମେକାପ ହିଁ ସର୍ବପ୍ରଥମେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ତାଙ୍କୁ ପ୍ରଶଂସା କରିବା ସହ ରସାବଳିର ଚାହିଦା ବିଶ୍ୱ ବଜାରରେ କିପରି ବଜାଇରହିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କମିଟି ପକ୍ଷରୁ ଗବେଷକ ଶ୍ରୀ ମେକାପଙ୍କୁ ମାନପତ୍ର, ଟ୍ରଫି, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ “ଭୂମି ଗୈାରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ପାଦକ ଶ୍ରୀ ରାଉତରାୟ ଓ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଗବେଷକଙ୍କ ରଚିତ ବିଭିନ୍ନ ପୁସ୍ତକ କିପରି କେନ୍ଦ୍ରାପଡାର ଐକ୍ୟ ଓ ସଂସ୍କୃତିକୁ ଉଦଜୀବିତ କରିଛି ତାହା ବଖାଣିଥିଲେ । ସଭାପତି ଶ୍ରୀ ଦାସ ତଥ୍ୟ ଭିତିକ ବକ୍ତବ୍ୟ ପ୍ରଦାନ କରିବା ପରେ ଉପସଭାପତି ଧିରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିଶ୍ୱବନ୍ଦିନୀ ପାତ୍ର, ରେଣୁବାଳା ସାମଲ, ମମତାମୟୀ ସାମଲ, ଅଞ୍ଜନା ମହାନ୍ତି, ମହେଶ୍ୱର ବେହେରା, ରଞ୍ଜନ କୁମାର ପଣ୍ଡା, ନିରଞ୍ଜନ ବଳ, ବ୍ରଜ ସୁନ୍ଦର ରାଉତ , ଅନନ୍ତ ପାତ୍ର, ବସନ୍ତ ପରିଡା, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ, ମକରଧର ନାୟକ, ଅଶୋକ ପ୍ରଧାନ, ବ୍ୟଙ୍ଗକବି ଶ୍ରୀଧର ମହାନ୍ତି, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ବହୁ ବନ୍ଧୁମାନେ ଯୋଗ ଦେଇଥିଲେ ।


Next Post

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ମନସୁରବାବାଙ୍କ ମଜାରରେ ଚାଦର ଚଢାଗଲା

Mon Oct 16 , 2023
ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସ ଅବସରରେ କେନ୍ଦ୍ରାପଡା ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଆଜି ସନ୍ଧ୍ୟାରେ ମନସୁର ବାବାଙ୍କ ମଜାରରେ ଚାଦର ଚଢାଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟାନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ଉପସ୍ଥିତିରେ ଉପନଗରପାଳଙ୍କ ପ୍ରତିନିଧି ସେକ ଇମ୍ରାନ, କାଉନସିଲର ସେକ ଅସଲମ, ସେକ ନସିମୁଦ୍ଦିନ, ପୂର୍ବତନ କାଉନସିଲର ସେକ ରହମତ, ମହମ୍ମଦ […]

KANIKA