ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ମନସୁରବାବାଙ୍କ ମଜାରରେ ଚାଦର ଚଢାଗଲା


ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସ ଅବସରରେ କେନ୍ଦ୍ରାପଡା ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଆଜି ସନ୍ଧ୍ୟାରେ ମନସୁର ବାବାଙ୍କ ମଜାରରେ ଚାଦର ଚଢାଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟାନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ଉପସ୍ଥିତିରେ ଉପନଗରପାଳଙ୍କ ପ୍ରତିନିଧି ସେକ ଇମ୍ରାନ, କାଉନସିଲର ସେକ ଅସଲମ, ସେକ ନସିମୁଦ୍ଦିନ, ପୂର୍ବତନ କାଉନସିଲର ସେକ ରହମତ, ମହମ୍ମଦ ନିଆଜ, ସୟଦ ନୁରୁଦ୍ଦିନ, ସେକ ତଜମୁଲ ହୋସେନ, ସେକ ଗୟାସୁଦ୍ଦିନ, ତାଜୁଦ୍ଦିନ ଖାଁ, ସେକ ଗୋଫ୍ରାନ, ମହମ୍ମଦ ଆକ୍ରମ, ସେକ ସଲାଉଦ୍ଦିନ, ସେକ ଜାକି, ସେକ ମୁସ୍ତାକିମ, ସେକ ତଫିରୁଦ୍ଦିନ, ସେକ ଅନିସୁଦ୍ଦିନ, ଅଜମଦ ଖାଁ, ଗୁଣ୍ଠନ ଖାଁ, ସେକ ଜିଆଉଦ୍ଦିନଙ୍କ ସମେତ ଶତାଧିକ ସଂଖ୍ୟାଲଘୁ ସଂପ୍ରଦାୟର ଭାଇମାନେ ଉପସ୍ଥିତ ରହି ମନସୁରବାବାଙ୍କ ମଜାରରେ ଚାଦର ଚଢାଇ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading