ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱିତୀୟ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱିତୀୟ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡ଼ା ପୌରପାଳିକା ଟାଉନ୍‌ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହ ଗଜଲକ୍ଷ୍ମୀ ପୂଜା, ମେଲୋଡ଼ି, ମେଲଣ ଶୋଭାଯାତ୍ରା ଓ ଭଷାଣୀ ଉତ୍ସବ ସମାପନ ପାଇଁ ଏହି ଅବସରରେ ତିନୋଟି ସମନ୍ୱୟ କମିଟି ଗଠନ କରାଯାଇଛି । କେଶପୁର ଅଂଚଳକୁ ନେଇ ପ୍ରଥମ ସମନ୍ୱୟ କମିଟି ଗଠନ ହୋଇଥିବା ବେଳେ ପୁରୁଣା ବସଷ୍ଟାଣ୍ଡ ଅଂଚଳକୁ ନେଇ ଦ୍ୱିତୀୟ ଓ ନୂଆ ବସ୍‌ଷ୍ଟାଣ୍ଡ ଅଂଚଳକୁ ନେଇ ତୃତୀୟ ସମନ୍ୱୟ କମିଟି ଗଠନ ହୋଇଛି । ପରେପରେ ଭଷାଣୀରେ ସାମିଲ ହେବାକୁ ଥିବା ମେଢ଼ମାନଙ୍କର କ୍ରମ ନିରୂପଣ ପାଇଁ ଲଟେରୀ ହୋଇଥିଲା । ସୂଚନା ଯୋଗ୍ୟ ଯେ, ପୁରୁଣା ବସ୍‌ଷ୍ଟାଣ୍ଡଠାରୁ ନୂଆ ବସ୍‌ଷ୍ଟାଣ୍ଡ ଆଡ଼କୁ ଯିବାକୁ ଥିବା ମେଢ଼ମାନଙ୍କ ମଧ୍ୟରେ ସ୍ଥିର ରହିଥିବା ମାଥାନପତି କ୍ଲବ୍‌, ମାକାକଟ ମଙ୍ଗଳା କ୍ଲବ୍‌, ପୁରୁଣା ବସଷ୍ଟାଣ୍ଡ ପୂଜା କମିଟି ଲଟେରୀ ପ୍ରକ୍ରିୟାରେ ସାମିଲ୍ ହୋଇନଥିଲେ । ତେଣୁ ନୂଆ ବସଷ୍ଟାଣ୍ଡ ଆଡକୁ ଯିବାପାଇଁ କ୍ରମାନୁୟରେ ମେଢ ଗୁଡିକ ମଧ୍ୟରେ ନୂଆବସ୍‌ଷ୍ଟାଣ୍ଡ୍ ଥାନପତି, କାକଟ ମଙ୍ଗଳା ପରେ ୩- ପୌରସସ୍ଥାର ଗଜଲକ୍ଷ୍ମୀ , ୪- ଗରାପୁର ପୁଜା କମିଟି, ୫-ଲ କଲେଜ ନିକଟ ସଦ୍‌ଭାବନା, ୬-ବଡହାଟର ମହାବୀର କ୍ଲବ୍‌, ୭-ବଡହାଟର ଗଜଉଦ୍ଧାରଣ, ୮- ଲକ ରୋଡର ନବଗୁଞ୍ଜର, ୯- ମହିପାଳର ପୁଜା କମିଟି, ୧୦-ବଡହାଟର ସୂର୍ଯ୍ୟସାଗରିକା, ୧୧- ବଣିଆସାହିର ଗଣପତି, ୧୨-ଗଣାମାହାଲର ବିମ୍ବଳାଇ, ୧୩- ବଳଗଣ୍ଡି ପୂଜାକମିଟି, ୧୪-ମାଛମାର୍କେଟ କାଞ୍ôଚ ଅଭିଯାନ, ୧୫- ମିରପାଟଣାର ଦ୍ରୌପଦୀ ବସ୍ତ୍ରହରଣ, ୧୬- ମଢିଆଳର ଗଙ୍ଗାଭାଗିରଥି, ୧୭-କାକଟର ଜୟଗୁରୁ, ୧୮- ଗୁଲନଗରର ମହାଲକ୍ଷ୍ମୀ ପୂଜାକମିଟି, ୧୯-କାକଟର ଶିବସେନା, ୨୦- ଖଡିଅଙ୍ଗ ପୂଜା କମିଟି, ୨୧-ମାଧପୁର ଶିବଶକ୍ତି, ୨୨- ବଣିଆମାଳର ପତିତପାବନ, ୨୩-ଚାଟରାପାଟଣାର ଅନ୍ନପୂର୍ଣ୍ଣା, ୨୪- ବାସୁଳାଇ ପୂଜାକମିଟି, ୨୫- କଜଳା ପୂଜାକମିଟି । ସେହିପରି ପୁରୁଣା ବସଷ୍ଟାଣ୍ଡଠାରୁ କେଶପୁର ଆଡ଼କୁ ଯିବାକୁ ଥିବା ମେଢ଼ମାନଙ୍କ ମଧ୍ୟରେ ସ୍ଥିର ଥିବା ସାନ୍ତସାହିର ବ୍ୟାସ ସରୋବର ପୂଜା କମିଟି ଲଟେରୀ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିନଥିଲେ । ତେଣୁ ବ୍ୟାସ ସରୋବର ପୂଜା କମିଟି ପରେ ୨- ତଳବାରଙ୍ଗର ଗୋପିନାଥ ପୂଜା କମିଟି, ୩- ସାନ୍ତସାହିର ରାମସୀତା ପୂଜା କମିଟି, ୪- ନସଡିପୁର ଗଜଲକ୍ଷ୍ମୀ, ୫- ସୁନ୍ଦରାପାଳର କାଞ୍ôଚଅଭିଯାନ,୬- ଏକଣାଖଣ୍ଡିର ଶ୍ରୀୟାଚଣ୍ଡାଳୁଣୀ, ୭- କନିଆଜୋରର ବୀର ହନୁମାନ ପୂଜା କମିଟି, ୮- ଜଇପୁରାର ଲକ୍ଷ୍ମୀନାରାୟଣ, ୯- ଭଗେଶ୍ୱରପୁରର ଲକ୍ଷ୍ମୀନାରାୟଣ, ୧୦- ଟାଉନ ବଳରାମପୁରର ଶନିଲକ୍ଷ୍ମୀ, ୧୧- ଟାଉନ ବଳରାମପୁରର ନେତାଜୀ ୟୁଥ କ୍ଲବ, ୧୨- ଗୋପର ଗଜଲକ୍ଷ୍ମୀ, ୧୩-ମନକରପୁର ମାଳେଶ୍ୱର, ୧୪- କେଶପୁର ବଜାର ଗଜଲକ୍ଷ୍ମୀ, ୧୫- ଅଯୋଧ୍ୟାନଗର ରୋହିଣୀଗାଇ, ୧୬- ଟାଉନ ବଳରାମ ପୁରର ନନ୍ଦିଘୋଷ, ୧୭- ମନକରପୁର କନ୍ଦରାସୁର, ୧୮- ସୁନେଇଲୋ ପୂଜାକମିଟି, ୧୯- ସାନମଙ୍ଗଳା ରାଧା କୃଷ୍ଣ, ୨୦- ଟାଉନ ବଳରାମ ପୁରର ହରପାର୍ବତୀ, ୨୧- ବଡମଙ୍ଗଳାର ବାଣୀମଙ୍ଗଳା, ୨୨- ନସଡିପୁର ଅଭୟା ୟୁଥ କ୍ଲବ । ଅନ୍ୟ ସମସ୍ତ ୪୪ଟି ପୂଜା କମିଟି ଲଟେରୀ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ମୋଟ୍ ୬୮ଟି ମେଢ଼ ମଧ୍ୟରୁ ଚଳିତଥର ୪୮ଟି ମେଢ଼ ଭଷାଣୀ ଉତ୍ସବରେ ସାମିଲ ହେବେ । ପୁରୁଣା ବସଷ୍ଟାଣ୍ଡଠାରୁ କେଶପୁର ଆଡ଼କୁ ୨୨ଟି ମେଢ଼ ଯିବାକୁ ଥିବା ବେଳେ ନୂଆବସ୍‌ଷ୍ଟାଣ୍ଡ ଆଡ଼କୁ ଯିବେ ୨୬ଟି ମେଢ଼ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ର(ରାଜସ୍ୱ)ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଉପ-ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଧୀରେନ୍ଦ୍ର କୁମାର ମଲ୍ଲିକ, କେନ୍ଦ୍ରାପଡ଼ା ତହସିଲ୍‌ଦାର ଅଞ୍ଜଳୀ ତରାଇ, ମୁନିସିପାଲିଟିର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଟାଉନ୍ ଥାନା ଆଇଆଇସି ଦିଲ୍ଲିପ କୁମାର ସାହୁ, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ସମସ୍ତ ପୂଜା କମିଟିର କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କେନ୍ଦ୍ରାପଡ଼ା ତହସିଲ୍ଦାର ଅଞ୍ଜଳୀ ତରାଇ ।


Discover more from

Subscribe now to keep reading and get access to the full archive.

Continue reading