
କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ କେନ୍ଦ୍ରାପଡା ମୁନିସିପାଲଟିରେ ଅର୍ବାନ ସିଏଚସି ପ୍ରତିଷ୍ଠା ଦାବିରେ ବ୍ଲକ ଓ ନଗର କଂଗ୍ରେସ ତରଫରୁ ମିଳିତ ଭାବରେ ଗଣ ଗର୍ଜନ ସମାବେଶ ଅନୁଷ୍ଠି ହୋଇଯାଇଛି । କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ସଭାପତିତ୍ୱ କରି ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ପ୍ରତି ଅଣଦେଖା ପ୍ରତିବାଦରେ କେନ୍ଦ୍ରାପଡା ବାସୀ ଗର୍ଜି ଉଠିଥିବାରୁ ଉଭୟ ନଗର ଓ ବ୍ଲକ କଂଗ୍ରେସ ତରଫରୁ ସେ କୃତଜ୍ଞତା ଜଣାଇଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ଜନସଭାରେ ଉଦବୋଧନ ଦେଇ କହିଥିଲେ ଯେ ମେଡିକାଲ କଲେଜ ଓ ସିଟି ହସପିଟାଲ ଦାବୀକୁ ଉପେକ୍ଷା କରିବା ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ପ୍ରତି ଗୈାର ଅବିଚାର । କେନ୍ଦ୍ରାପଡା ଜିଲ୍ଲାକୁ ନଂ-୧ କରିବାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଦୃଷ୍ଟିରୁ କଂଗ୍ରେସର ଉପରୋକ୍ତ ଦୁଇଟି ଦାବିକୁ ଉପେକ୍ଷା କରିବା ଘୋର ଆପତ୍ତିଜନକ । ଶ୍ରୀ ବେହେରା କେନ୍ଦ୍ରାପଡା ବାସୀଙ୍କୁ ଆଶ୍ୱାସନା ଦେଇ ଘୋଷଣା କରିଥିଲେ ଯେ “ଆପଣ ଏକା ନୁହନ୍ତି, ଆପଣଙ୍କ ସହ କଂଗ୍ରେସ ଅଛି, ଆପଣଙ୍କ ସହ ମୁଁ ଅଛି” ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଲଢେଇରୁ ଓହରିଯିବା ପ୍ରଶ୍ନ ଉଠୁନାହିଁ । ଗରାପୁର କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ବାଇକ ରାଲି ତିନିମୂହାଣୀ, ନୂଆ ବସଷ୍ଟାଣ୍ଡ ଅତିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା ଓ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଏହି ରାଲିର ନେତୃତ୍ୱ ନେଇଥିଲେ । କେନ୍ଦ୍ରାପଡା ସହରର ଶହଶହ ମହିଳା ସାମିଲ ହୋଇ ପଦଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମରେ ଅଂଶଗ୍ରଣ କରିଥିଲେ । ଗଣ ଗର୍ଜନ ସାମାବେଶରେ ଚିନ୍ମୟ ପ୍ରସାଦ ବେଉରା, ଦେବେନ୍ଦ୍ର ଶର୍ମା, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ପିସିସି ମେଡିଆ ସମ୍ପାଦକ ଦୀପକ ମହାପାତ୍ର, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ଜିଲ୍ଲା କିଶାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର, ପୂର୍ବତନ ସରପଞ୍ଚ ପ୍ରଭାତ କୁମାର ଉଡାନ ସିଂ, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ଜେନା, ଜିଲ୍ଲା ମହିଳା କଂଗ୍ରେସ ସଭାପତି ଜିନତ ପ୍ରିୟଦର୍ଶିନୀ ରାଉତ, ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ସଭାପତି ସର୍ବେଶ୍ୱର ସେଠୀ, ଡିସିସି ସାଧାରଣ ସମ୍ପାଦକ ଅଭିସେକ ବିଶ୍ୱାଳ, ବିଧାନ ସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ପଟ୍ଟାମୁଣ୍ଡାଇ ନଗର ସଭାପତି ଅମୂଲ୍ୟ ପ୍ରଧାନ, ରାଜକନିକା ବ୍ଲକ ସଭାପତି ମଙ୍ଗୁଳି ଚରଣ ବେହେରା, ଆଳି ବ୍ଲକ କଂଗ୍ରସ ସଭାପତି ରବି ନାତାୟଣ ବେହେରା, ପୂର୍ବତନ ସଂଖ୍ୟାଲଘୁ ସଭାପତି ଅଦୁଲ ସତ୍ତାର, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କାଉଁସିଲର ହିବଜୁର ରହେମାନ, ଜିଲ୍ଲା କଂଗ୍ରେସ ବରିଷ୍ଠ ଉପ ସଭାପତି ସୌମେନ୍ଦ୍ର ପୃଷ୍ଟି ପ୍ରମୁଖ ଭାଷଣ ଦେଇ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ବିରୋଧି ମନୋଭାବରେ କଠୋର ସମାଲୋଚନା କରିଥିଲେ ଓ ମେଡିକାଲ କଲେଜ ଏବଂ ସିଟି ହସପିଟାଲ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବାବାଜୀ ମଲ୍ଲିକ, ଅଜିତ ମହାପାତ୍ର, ପ୍ରଶାନ୍ତ ବିଶ୍ୱାଳ, ଲକ୍ଷ୍ମୀଧର ପଲାଇ, ଅନନ୍ତ ଚରଣ ସ୍ୱାଇଁ, ବିଚିତ୍ର ଲେଙ୍କା,କାଳନ୍ଦି ଚରଣ ମଲ୍ଲିକ, ସେକ ଅରମାନ,ମୀର ମୁରସିଦ୍ଦ, ସେକ ଚାନ୍ଦବାବୁ, ରମେଶ ଚନ୍ଦ୍ର ଦାସ, ଗଣେଶ ଚନ୍ଦ୍ର ମେକାପ, କମଳାକାନ୍ତ ବେହେରା, ଜ୍ଞାନ ରଞ୍ଜନ ସାହୁ, ତୋଫାନ କୁମାର ସ୍ୱାଇଁ, ସାରଦା ପ୍ରଶନ୍ନ ରାଉତ(କ), ସାରଦା ପ୍ରଶନ୍ନ ରାଉତ(ଖ), ବସନ୍ତ ରାଉତ, କଳାକାର ମଲ୍ଲିକ, ଶରତ ଚନ୍ଦ୍ର ସ୍ୱାଇଁ, ସେକ ନିଶାର, ସେକ ହାରୁନୁ, ଏକ୍ରାମ ଖାନ, ପିତାମ୍ବର ଜେନା, କଋଷ୍ଣ ଚନ୍ଦ୍ର ମଲ୍ଲିକ, ବୃଷଭାନୁ ଦାସ, ବିଶ୍ୱଜିତ ମହାନ୍ତି, ଅରିତ କୁମାର ରାଉତ, ଦୀପକ କୁମାର ଭଦ୍ର, ଦୀପକ କୁମାର ନାୟକ, ରାକେଶ ବେହେରା, ନିରଞ୍ଜନ ପରିଡା, ଚନ୍ଦନ କୁମାର ସାହୁ, ମହେଶ୍ୱର ବିହାରୀ, ସେକ ମନାନ, ପ୍ରଶନ୍ନ କୁମାର ଜେନା, ଅଜୟ କୁମାର ଦାସ, ନରେଶ ଚନ୍ଦ୍ର ଜେନା, ରଞ୍ଜନ କୁମାର ନାୟକ, ସୁରେନ୍ଦ୍ର ସ୍ୱାଇଁ, ସୁନିଲ କୁମାର ସାହୁ, ଦୟାନିଧି ପରିଡା, ରାଜନ ଥାଟୋଇ, ଦିଲ୍ଲୀପ କୁମାର ରାଉତ, ହିମାଂଶୁ ବେହେରା, ସଞ୍ଜିବ କୁମାର ବିଶ୍ୱାଳ, ବିକାଶ କୁମାର ମଲ୍ଲିକ, ସର୍ବେଶ୍ୱର ମଲ୍ଲିକ, ଚିତ୍ତରଞ୍ଜନ ସାମଲ, ସୁବନୀ ସାହୁ, ଗତାନୁଗତ ବିଶ୍ୱାଳ, ରଜନୀକାନ୍ତ ସ୍ୱାଇଁ ଓ ସେକ ଲାଲ ବାବୁ ପ୍ରମୁଖ ବାଇକ ଶୋଭାଯାତ୍ରା ପରିଚାଳନା କରିଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ପର୍ବ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।










