ଦକ୍ଷତା ବିକାଶ ତାଲିମ ନିମନ୍ତେ ପରାମର୍ଶ ଶିବିର


କେନ୍ଦ୍ରାପଡ଼ା, ୧ା୭ : କେନ୍ଦ୍ରାପଡା ବିଜୁ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ନିମନ୍ତେ ଏକ ପରାମର୍ଶ ଶିବିର କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆସିଷ୍ଠାଣ୍ଟ ଇଲେକ୍ଟ୍ରୀସିଆନ ଟ୍ରେଡ ନିମନ୍ତେ ଦଶମରୁ ଉର୍ଦ୍ଧ୍ୱ ପାସ ପିଲାଙ୍କୁ ଆଡମିଶନ ଏବଂ ତାଲିମ ଦେବା ନିମନ୍ତେ ସୁଯୋଗ ପ୍ରଦାନ କରାଯାଉଛି । ଏହି ଶିବିରକୁ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଶିବିରର ଉଦେଶ୍ୟ ଜ୍ଞାପନ କରିଥିଲେ । ଏହି ଶିବିରରେ ୫୭ଜଣ ଯୁବକ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ଜଣ ତାଲିମ ଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ଶିବିରକୁ କର୍ମ ନିୟୋଜନ କାର୍ଯ୍ୟାଳୟର କର୍ମଚାରୀ ଏବଂ ବ୍ଲକ କର୍ମଚାରୀମାନେ ପରିଚାଳନା କରିଥିଲେ ।

ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ତାଲିମ ପରେ ନିଯୁକ୍ତି ପାଇଲେ ୧୫ଜଣ

ଦକ୍ଷତା ବିକାଶ ତାଲିମ ନେବା ପରେ ୧୫ଜଣଙ୍କୁ ମିଣ୍ଡା କମ୍ପାନୀରେ ନିଯୁକ୍ତି ପ୍ରଦାନ କରାଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ତାଲିମ ପ୍ରଦାନ କରାଯାଇଛି । ତାଲିମ ସମୟରେ ପ୍ରାର୍ଥିମାନଙ୍କୁ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କର ତାଲିମ ସମାପ୍ତ ପରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ପରି ଭାବରେ ୧୦ଟି ବ୍ୟାଚର ତାଲିମ ସମାପ୍ତ ହୋଇଛି ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସାଙ୍କ ଠାରୁ ସୂଚନା ମିଳିଛି ।


Next Post

ଅଦା ଦର ହୁ ହୁ ହୋଇ ବଢିଚାଲିଛି : କିଲୋ ପିଛା ୩ ଶହରୁ ୩୨୦ ଟଙ୍କାରେ ବିକ୍ରି କରୁଛନ୍ତି ବେପାରୀ

Sun Jul 2 , 2023
ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି । ବଜାରରେ ଅଦା ଦର ପଚାରିଲେ ଡ଼ର ଲାଗୁଛି । ବେପାରି କହୁଛନ୍ତି, କିଲୋ ପିଛା ଅଦା ଦର ୩ଶହରୁ ୩୨୦ ହେଲାଣି । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି । ବର୍ତ୍ତମାନ ପଟ୍ଟାମୁଣ୍ଡାଇ ବଜାରରେ ଅଦା ଦର କିଲୋ ପ୍ରତି […]

KANIKA