
କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ମାସ ୨୮ତାରିଖରେ ରାଜ୍ୟ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟଅନୁଷ୍ଠିତ ହେବାକୁ ଯାଉଛି । କେନ୍ଦ୍ରାପଡାର ଗୋପଛକ ନିକଟ ଆଲ୍ଫା ବେଷ୍ଟ ବେସରକାରୀ କଲେଜରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ବର୍ଗର ଖେଳାଳୀମାନେ ଯୋଗ ଦେବାର ବ୍ୟବସ୍ଥା ରହିଛି । ଅନ୍ୟ ଜିଲ୍ଲାରୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସୁଥିବା ପ୍ରତିଯୋଗୀମାନଙ୍କ ପାଇଁ ରାତ୍ରି ରହଣୀର ବ୍ୟବସ୍ଥା କରାଯାଇଛି । ଆୟୋଜିତ ତୃତୀୟ ବାର୍ଷିକ ଡ଼ଃ ବୈଷ୍ଣବ ପରିଡା ମେମୋରିଆଲ୍ ଚେସ୍ ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡା ସମେତ ରାଜ୍ୟରୁ ୨୦୦ ପ୍ରତିଯୋଗୀ ଭାଗ ନେବେ ବୋଲି ଆଶା କରାଯାଉଛି । ଏହି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳୀମାନଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହିତ ୫୬ଟି ଟ୍ରଫି ଦେବା ପାଇଁ ସ୍ଥିର କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଚେସ୍ ଖେଳ ପ୍ରତି ଆକୃଷ୍ଟ ହୋଇ ଆଗାମୀ ଦିନରେ କୃତିତ୍ୱ ଅର୍ଜନ କରିବେ ବୋଲି କେନ୍ଦ୍ରାପଡା ଚେସ୍ ଆସୋସିଏସନ ପ୍ରୟାସ ଜାରି ରଖିଛି । ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଖେଳାଳିମାନେ ଅଲ୍ ଓଡ଼ିଆ ଚେସ୍ ଆସୋସିଏସନ ୱେବ୍ ସାଇଡ୍ରେ ଆବେଦନ କରିବା ପାଇଁ ସୂଚନା ଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲା ଚେସ୍ ଆସୋସିଏସନ ସଭାପତି ଦେବବ୍ରତ ସ୍ୱାଇଁ, ସମ୍ପାଦକ ଭବେଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂ, ଉପ ସଭାପତି ଧରଣୀଧର ସେଠୀ, ଲଲାଟ କେଶରୀ ସାମଲ, ଯୁଗ୍ମ ସମ୍ପାଦକ ନାରାୟଣ ଦାସ, କୋଷାଧ୍ୟକ୍ଷ ପିଙ୍କି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ୨ ଦିନ ଧରି ହେବାକୁ ଥିବା ଚେସ୍ ପ୍ରତିଯୋଗୀକୁ ପରିଚାଳନା କରିବେ ବୋଲି ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ନାୟକ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ।











