
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପରିସରରେ ମଣ୍ଡଳ ସ୍ତରୀୟ ଶିଶୁମହୋତ୍ସବ ସୁରଭି ବୁଧବାର ମଣ୍ଡଳ ଶିକ୍ଷାଧିକାରୀ ପାବନୀ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ପୌରପରିଷଦର ଅଧ୍ୟକ୍ଷା ସରିତା ସାହୁ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା, ସମ୍ମାନିତ ଅତିଥି ଭାବେ କଂସାର ପଞ୍ଚାୟତ ସରପଞ୍ଚ ସରୋଜିନୀ ନାୟକ, କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳ, ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷ ମୁରଲୀଧର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜିକା କୁମୁଦିନୀ ଦେଇ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଅଞ୍ଜନା ସ୍ୱାଇଁ, ନୋଡାଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ରତ୍ନାକର ନୋଡାଲ ଉଚ୍ଚ ବିଦ୍ୟାଳୟର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଅନନ୍ତ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରଦୀପ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଅଚ୍ୟୁତାନନ୍ଦ ସାମଲ, ମନମୋହନ ମିଶ୍ର, ଶୁଭେନ୍ଦୁ ବେହେରା, ବିଭୁପ୍ରସାଦ ନାୟକ, ଶୈଲେନ ପରିଡା, ଶ୍ରୀଧର ବେହେରା, କିଶୋର ଜେନା, ମହେନ୍ଦ୍ର ସେଠୀ, ଅସଗର ଅଲ୍ଲୀ, ଗୟାସୁଦ୍ଦିନ, ଗିରିଧାରୀ ସାହୁ, ଜଲ୍ଲାଲୁଦ୍ଦିନ,ସ୍ନେହଲତା ପରିଡା, ଶିକ୍ଷକ କୈଳାସ ରାଉତ, ଫୟାଜୁଦ୍ଦିନ, ଦୀପକ ବେହେରା, ମନୋରଞ୍ଜନ ମହାପାତ୍ର, ସନ୍ତୋଷ ଜେନା,ଶିବନାରାଯଣ ମହାନ୍ତି, ଦେବେନ୍ଦ୍ର ନାୟକ, ବିଷ୍ଣୁ ଚରଣ ସାମଲ, ପ୍ରଦୀପ ଶତପଥୀ, ମାନଭଞ୍ଜନ ପ୍ରଧାନ, ରାଜେନ୍ଦ୍ର ରାଉତ, ରାଜେନ୍ଦ୍ର ବିଶ୍ୱାଳ, ଅଶୋକ ସାହୁ, ବଳଦେବ ପ୍ରସାଦ ଜେନା, ସେକ୍ ଖତିବ, ମନସୁର ଅଲ୍ଲୀ ପ୍ରମୁଖ ସୁରଭି ଓ ଓଡିଶା ମିଲେଟସ କାର୍ଯ୍ୟକ୍ରମର ସମସ୍ତ ବିଭାଗରେ ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିଥିବା ବେଳେ କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଗ୍ରାମବାସୀମାନେ ଏଥିରେ ସହଯୋଗ କରିଥିଲେ । ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜିକା କୁମୁଦିନୀ ଦେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ ପାବନୀ କୁମାର ରାଉତ ଓ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଅତିଥିମାନେ ତାଙ୍କ ବକ୍ତବ୍ୟରେ ସୁରଭି ହେଉଛି ଶିଶୁମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶର ଏକ ମାର୍ଗ । ବିଦ୍ୟାଳୟ ସ୍ତରରୁ ଶିଶୁମାନଙ୍କ ପ୍ରତିଭାର ସୁରଭିକୁ ସୁରଭିତ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ୟମ ସର୍ବାଦୌ ପ୍ରଶଂସନୀୟବୋଲି ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ବିଭାଗରେ ପ୍ରଥମ ହୋଇଥିବା କୃତୀ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରରେ ହେବାକୁ ଥିବା ସୁରଭି ଓ ଓଡିଶା ମିଲେଟସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।










