ସରକାରୀ ଚାକିରୀର ମାନ୍ୟତା ପଦୋନ୍ନତି ଓ ପେନସନ ଦାବିରେ ଆଶାକର୍ମୀଙ୍କ ସମ୍ମିଳନୀ


କେନ୍ଦ୍ରାପଡ଼ା, ୧୯ା୧୦ : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ(ଏ.ଆଇ.ଟି.ୟୁ.ସି.)ଇନ୍ଦୁପୁର ସିଏଚସି କମିଟିର ଏକ ସମ୍ମିଳନୀ କେନ୍ଦ୍ରାପଡା ସହର ନିକଟସ୍ଥ କପାଳେଶ୍ୱର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସିଏଚସି ସଭାପତି ସାଥି ସରସ୍ୱତୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶହୀଦମାନଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସମ୍ମିଳନୀକୁ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ବର୍ତ୍ତମାନ ସ୍ୱାସ୍ଥ୍ୟସେବାର ଉନ୍ନତି ସହିତ କରୋନା ମହାମାରୀକୁ କେବଳ ଆଶାକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ସଫଳ କରିଛନ୍ତି ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ କାମ ଅନୁଯାୟୀ ପାରିଶ୍ରମିକ ପ୍ରଦାନ ସହିତ ସେମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ ପାଇଁ ଦାବି କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲା ସମ୍ପାଦିକା ସାଥି କ୍ରାନ୍ତିପ୍ରଭା ନାୟକ, ଜିଲ୍ଲା ଉପସଭାପତି ସାଥି ଭଜହରି ପ୍ରଧାନ, ସାଥି ଅଜୟ ସାମଲ, ସାଥି ଅକ୍ଷୟ ମଲ୍ଲିକ, ସାଥି ରଞ୍ଜୁଲତା ବେହେରା, ସାଥି ସୁକାନ୍ତି ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସିଏଚସି ସମ୍ପାଦିକା ସାଥି ନନ୍ଦିନୀ ସ୍ୱାଇଁ କାମଦାମର ବିବରଣୀ ପ୍ରଦାନ ସହିତ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହାପରେ ସାଥି ମାନିନୀ ମଲ୍ଲିକ, ସାଥର ସଶ୍ମିତା ବାରିକ, ସାଥି ଜୟନ୍ତୀ ବାରିକ ପ୍ରମୁଖ ରିପୋର୍ଟ ଉପରେ ଆଲୋଚନା କରିଥିଲେ । ଶେଷରେ ୧୫ଜଣଙ୍କୁ ନେଇ ଏକ ନୂତନ ସିଏଚସି କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ସାଥି ସରସ୍ୱତୀ ସ୍ୱାଇଁ, ସମ୍ପାଦିକା ଭାବେ ସାଥି ନନ୍ଦିନୀ ସ୍ୱାଇଁଙ୍କୁ ନିର୍ବାଚିତ କରାଯାଇଥିଲା । ଏଥିସହିତ ଆଗାମୀ ଡିସେମ୍ବରମାସ ୨୫ତାରିଖରେ ଡାଙ୍ଗମାଳ ଠାରେ ଜିଲ୍ଲା ସମ୍ମିଳନୀ ପାଇଁ ଏକ ୧୦ଜଣିଆ ସାଥି ପ୍ରତିନିଧିଙ୍କୁ ନିର୍ବାଚିତ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading