ବିଜେପିର ବିଶାଳ ସମାବେଶ ; ଯୋଗଦେଲେ ମନମୋହନ


କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ଆଳି ନିର୍ବାଚନ ମଣ୍ଡଳୀ ସ୍ତରୀୟ ପୂଜ୍ୟପୂଜା ବିଶାଳ ଯୁବ ସମାବେଶ ଓ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରାଜକନିକା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡାର ରାଜକନିକା ମାଟି ଲଢୁଆ ମାଟି । ଏ ମାଟି ବାସୁବିସୁନୀ ଭଳି ଯୋଦ୍ଧାଙ୍କୁ ଜନ୍ମ ଦେଇଛି ।ଯେତେବେଳେ ଓଡିଶାରେ ବିଜୁଳି ନଥିଲା ସେ ସମୟରେ କନିକାରେ ବିଜୁଳି ଥିଲା । ଏ ମାଟିର ସହିଦଙ୍କ ସମ୍ମାନ ପାଇଁ ଆଜି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଜରିଆରେ ବିଜେପି ସମ୍ମାନ ଜଣାଇବ । କେନ୍ଦ୍ର ସରକାରଙ୍କ ଦ୍ୱାରା ସମୁଦ୍ର ବେଳାରାଭୂମୀରେ କୋଷ୍ଟାଲ ହାଇୱେ ତିଆରି କରି ସୁନାମୀ ଓ ସାଇକ୍ଲୋନ ଭଳି ବିପଦରୁ ରକ୍ଷା କରିବା ଭଳି ଓଡିଶା ଲାଇଫ୍ ଲାଇନ୍ ହେବ । ଆହୁରି ମଧ୍ୟ ଭାରତ ବର୍ଷର ପର୍ଯ୍ୟଟନ ସ୍ଥଳୀ ରୂପେ ମାନ୍ୟତାରେ ପରିଚିତ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନର ଅଦୃଶ୍ୟ ଓଡିଶା ସରକାରଙ୍କୁ ଗତ ୯ ବର୍ଷରେ ୧୮ଲକ୍ଷ ୮୩କୋଟି ଅନୁଦାନର ହିସାବ ସାର୍ବଜନୀନ କରିବାକୁ ପଡିବ ବୋଲି କହିଥିଲେ । ଆଜି ରାଜକନିକା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଯାଇ ବୈତରଣୀ ନଦୀକୂଳ ଓସ୍ତିଆ ହନୁମାନ ମନ୍ଦିର ଛକ ଠାରୁ ଏକ ବିରାଟ ଶୋଭାଯାତ୍ରରେ ଅଣାଯାଇଥିଲା । ପରେ ପରେ ତରାସ ଗ୍ରାମରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଜରିଆରେ ଶହୀଦ୍ ଗୋପବନ୍ଧୁ ବିଶ୍ୱାଳଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା । ତରାସ ଗାଁରୁ ବିଶାଳ ଶୋଭାଯାତ୍ରା କ ିଂ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନୂତନ ଭାବେ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରୀଣି ସଦସ୍ୟ ଶ୍ରେୟସ ଦାସଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ସଭାକୁ ଉଦବୋଧନ ଦେଇ ଶାସକ ବିଜେଡି ଉପରେ ବର୍ଷି ଥିଲେ । ଯୁବ ସମାବେଶକୁ ଶପଥ ପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ରାଜ୍ୟ ସୋସିଆଲ ମିଡିଆ ସଭାପତି ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ରାଜ୍ୟ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକାରୀଣି ସଦସ୍ୟ ଶ୍ରେୟସ ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିନ୍ଦୁ ସାଗର ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସଧାରଣ ସମ୍ପାଦକ ନିହାର ରଂଜନ ସ୍ୱାଇଁ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରୀୟଦର୍ଶିନ ନନ୍ଦ, ପୂର୍ବତନ ବିଧାୟକ ତଥା ବିରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକ, ବ୍ରଜ ସୂନ୍ଦର ଭୂୟାଁ, ରଶ୍ମିରଂଜନ ବେହୁରା, ଆଶାଲତା ପଟ୍ଟନାୟକ, ଜୀତା ଦାସ, ଯୁବନେତା ସିଲୁ ସିଂ, ସନ୍ତୋଷ କର, ପ୍ରତାପ ରାଉତ, ଯୁବନେତା ଶାରଦା ପ୍ରଶନ୍ନ ବିଶ୍ୱାଳ, ଦୀପକ ମଲ୍ଲିକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଯୁବମୋର୍ଚ୍ଚା ପକ୍ଷରୁ ଯୁବନେତା ସନ୍ତୋଷ କର ରାଜ୍ୟ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିବାଲେ । ଯୁବନେତା ପ୍ରକାଶ ନାୟକ, ଜଗନ୍ନାଥ ସାମଲ, ପ୍ରତିପ୍ରଜ୍ଞା ଜେନା, ପ୍ରୀତିରଂଜନ ନାୟକ, ସଚିନ୍ ଦାସ, ସୁଜିତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନିହାର ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading