ଘର ଉପରକୁ ମାଡିଗଲା ମାଲବାହି ହାଇଓ୍ଵା : ଦୁଇ ଗୁରୁତର


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାଘୁଆ ଗାଁର ଏକ ଘର ଉପରକୁ ମାଡିଗଲା ମାଲବାହି ହାଇଓ୍ଵା । ଫଳରେ ଘରେ ଶୋଇଥିବା ଶାଶୁ ଓ ବୋହୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜନଗର ବ୍ଲକ କୃଷ୍ଣନଗର ବାଘୁଆ ଗାଁରେ ସୋମବାର ଭୋରୁ ଗୋଟିଏ ମାଲବାହୀ ହାଇଓ୍ଵା ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡ଼ିଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ହାଇଓ୍ଵାଟି ଓଲଟି ରାସ୍ତା ପାଖରେ ଥିବା ଏକ ଘର ଉପରେ ପଡ଼ିଥିଲା । ଘର ଭିତରେ ଶୋଇଥିବା ଶାଶୁ କଳ୍ପନା ଗିରି (୬୦)ଓ ବୋହୁ ମନୀଷା ଦାସ (୨୨) ଉଭୟ ଗୁରୁତର ହୋଇ ପଡିରହିଲେ । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।


Next Post

Land sharks push Gobari to extinction

Mon Jul 3 , 2023
Kendrapara, July 3: The Gobari river flowing by Pattamundai area in Kendrapara district for a 20-km stretch is getting buried fast and its existence has been threatened, a report said Sunday. Taking advantage of the situation, land sharks are manipulating the land classification and selling plots on the river bed. […]

KANIKA

Subscribe