କେନାଲ ପାଣିରେ ବୁଡି ଜଣେ ମୃତ



କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ନାନକାର ଗ୍ରାମର ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ପୁତ୍ର ରଘୁନାଥ ବିଶ୍ୱାଳ(୫୮) ରବିବାର ସକାଳେ ସ୍ଥାନୀୟ ଗୋବରୀ କେନାଲର ହୁଡାଘାଟକୁ ଶୈାଚହେବା ପାଇଁ ଯାଇଥିବା ବେଳେ ତାଙ୍କୁ ହଠାତ ବାତ ମାରିବାରୁ ସେ କେନାଲ ପାଣିରେ ପଡିଯାଇଥିଲେ । ନିକଟରେ ଅନ୍ୟ କୈାଣସି ଲୋକ ନଥିବାରୁ ଏସମ୍ପର୍କରେ କେହି କିଛି ଜାଣିପାରିନଥିଲେ । ରଘୁନାଥଙ୍କୁ ପରିବାର ପକ୍ଷରୁ ଖୋଜାଖୋଜି ପରେ ଅପରାହ୍ନରେ ସେହି କେନାଲରେ ଏକ ଶବ ଭାସୁଥିବା ଖବର ପାଇ ପରିବାର ପକ୍ଷରୁ ସେହି ଶବକୁ ପାଣିରୁ ଉପରକୁ ଅଣାଯିବାରେ ତାହା ରଘୁନାଥଙ୍କ ଶବ ବୋଲି ଜଣାପଡିଥିଲା । ଏସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘରଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ କରୁଥିବା ଥାନା ପକ୍ଷରୁ ଜଣାପଡିଛି । ରଘୁନାଥଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି ଦାବି କରିଛନ୍ତି ।


Next Post

ପାନୀୟ ଜଳର ଅପବ୍ୟବହାର: ପଞ୍ଚାୟତବାସୀ ପାଣି ପାଉନଥିବା ଅଭିଯୋଗ

Sun Oct 22 , 2023
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ସାହସପୁର ଗ୍ରାମର କୁମ୍ଭାର ସାହି ଗଡାରେ ଜନୈକ ବ୍ୟବସାୟୀ ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳକୁ ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କଂସାର ପଞ୍ଚାୟତର ପାନୀୟ ଜଳ ପ୍ରକଳ୍ପରୁ ପିଇବା ପାଣି ପଞ୍ଚାୟତର ଅଧିବାସୀମାନଙ୍କୁ ଯେଗାଇ ଦିଆଯାଇଥାଏ । ଜନୈକ ବ୍ୟକ୍ତି ସେହି ପାନୀୟ ଜଳକୁ ବିଦ୍ୟୁତ ଚାଳିତ ମୋଟର ସାହାଯ୍ୟରେ ଏକ ବିରାଟ ପାଣିଟାଙ୍କି କରି […]

KANIKA