ପାନୀୟ ଜଳର ଅପବ୍ୟବହାର: ପଞ୍ଚାୟତବାସୀ ପାଣି ପାଉନଥିବା ଅଭିଯୋଗ



କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ସାହସପୁର ଗ୍ରାମର କୁମ୍ଭାର ସାହି ଗଡାରେ ଜନୈକ ବ୍ୟବସାୟୀ ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳକୁ ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କଂସାର ପଞ୍ଚାୟତର ପାନୀୟ ଜଳ ପ୍ରକଳ୍ପରୁ ପିଇବା ପାଣି ପଞ୍ଚାୟତର ଅଧିବାସୀମାନଙ୍କୁ ଯେଗାଇ ଦିଆଯାଇଥାଏ । ଜନୈକ ବ୍ୟକ୍ତି ସେହି ପାନୀୟ ଜଳକୁ ବିଦ୍ୟୁତ ଚାଳିତ ମୋଟର ସାହାଯ୍ୟରେ ଏକ ବିରାଟ ପାଣିଟାଙ୍କି କରି ଭର୍ତ୍ତି କରି ସେହି ପାଣିକୁ ଲୋକମାନଙ୍କ ଗାଡି, ମୋଟର, ଟ୍ରାକ୍ଟର ପ୍ରଭୃତି ଧୋଇ ବ୍ୟବସାୟ କରୁଥିବା କଂସାର ସରପଞ୍ଚଙ୍କ ନିକଟରେ ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣଙ୍କ ଏଭଳି କରିବା ଦ୍ୱାରା ପଞ୍ଚାୟତରେ ପାନୀୟଜଳର ଅଭାବ ଦେଖାଦେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୂର୍ବରୁ କଂସାର ପଞ୍ଚାୟତବାସୀ ସରପଞ୍ଚ ସରୋଜିନୀ ନାୟକଙ୍କୁ ଅଭିଯୋଗ କରିବାରୁ ସରପଞ୍ଚ ସଂପୃକ୍ତ ବ୍ୟବସାୟୀକୁ ଏଭଳି କାର୍ଯ୍ୟ ନ କରିବା ପାଇଁ ତାଗିଦ୍ କରିଥିଲେ । କିନ୍ତୁ ସେହି ବ୍ୟବସାୟୀ ଜଣଙ୍କ ସରପଞ୍ଚଙ୍କ କଥା ନମାନି ପୂର୍ବଭଳି ପଞ୍ଚାୟତ ପାନୀୟ ଜଳର ବ୍ୟାପକ ଅପବ୍ୟବହାର କରୁଥିବାରୁ ଏ ସମ୍ପର୍କରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଗ୍ରାମାଞ୍ଚଳ ପାନୀୟଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading