ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ୫ଟି ସଚିବ ଭି.କେ ପାଣ୍ଡିଆନ୍


ଭୁବନେଶ୍ବର ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାର ପଠାଇଥିବା ଆବେଦନକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଂଜୁର କରିଛନ୍ତି । ରାଜ୍ୟ ସରକାର ଅକ୍ଟୋବର ୨୦ ରେ ଚିଠି ପଠାଇଥିବା ବେଳେ ସର୍ବଭାରତୀୟ ସେବା ଆଇନ ୧୬ (୨ଏ) ଅନୁସାରେ ମଂଜୁର ହୋଇଥିବା ସୂଚନା ମିଳିଛି ।


୨୦୦୦ ମସିହାରେ ଭି. କାର୍ତିକେୟ ପାଣ୍ଡିଆନ୍ କ୍ଷମତାସୀନ ଅଧିକାରୀ ଭାବେ ୨୦୦୦ ମସିହାରେ ପାଣ୍ଡିଆନ୍ ଓଡ଼ିଶା ଆସିଥିଲେ । ଏହି ସମୟରେ ପାଣ୍ଡିୟାନ୍ ଧର୍ମଗଡ଼ ଉପ ଜିଲ୍ଲାପାଳ ଏବଂ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ ତୁଲାଇଥିଲେ । ଏହାପରେ ରାଉରକେଲାରୁ ଭାରତର ସର୍ବ କନିଷ୍ଠ ଜିଲ୍ଲାପାଳ ଭାବେ ପାଣ୍ଡିଆନଙ୍କ ବଦଳି ମୟୂରଭଞ୍ଜକୁ ହୋଇଥିଲା । ପରବର୍ତୀ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବା ପରେ ୨୦୧୧ ମସିହାରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାମ କରିବାର ସୁଯୋଗ ମିଳିଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ ନିଯୁକ୍ତ ହୋଇଥିଲେ । ୨୦୧୯ରେ ୫ଟି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୩ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଭି କେ ପାଣ୍ଡିଆନ୍ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ।


Next Post

ବାତ୍ୟା ‘ହାମୁନ’ ପ୍ରଭାବରେ କେନ୍ଦ୍ରପଡା ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା

Mon Oct 23 , 2023
ଶାରଦୀୟ ପୂଜା ସମୟରେ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ହାମୁନ’ ପ୍ରଭାବରେ କେନ୍ଦ୍ରପଡା ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେଉଛି। ପଶ୍ଚିମକେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ହୋଇଥିବା ବେଳେ ଆଗାମୀ ୧୨ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତୀ ସମୟରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ୨୫ ତାରିଖରେ ବାଂଲାଦେଶ ଖେପୁପରା ଓ ଚିଟାଗଙ୍ଗ ନିକଟରେ ସ୍ଥଳଭାଗ ଛୁଇଁବ […]

You May Like