ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳେ ନିଜସ୍ୱ ସ୍ୱତନ୍ତ୍ର ପୂଜା ପଦ୍ଧତି ଏବଂ ପରମ୍ପରା।


କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇର ନିଳକଣ୍ଠପୁରରେ ନବମୀ ଦୃର୍ଗାପୂଜାରେ ଭକ୍ତମାନେ ମାଙ୍କୁ ଏକ ନିଆରା ଶୈଳୀରେ ଝୁଣା ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା । ନବମୀରେ ଦିନସାରା ନିର୍ଜଳ ଉପବାସ କରିଥିବା ଭକ୍ତ ବ୍ରାହ୍ମଣଙ୍କ ଠାରୁ ମନ୍ତ୍ରଗ୍ରହଣ କରି ନିଜକୁ ସର୍ମପିତ କରନ୍ତି ମା ଦୃର୍ଗାଙ୍କୁ । ମାନସିକରେ ଥିବା ଭକ୍ତ ମାଙ୍କ ଛାମୁରେ ଥିବା ଏକ ପିଢ଼ ଉପରେ ପଦ୍ମାଆସନରେ ବସିବା ପରେ ପୁଜାରି ତାଙ୍କ ଉପରେ ଏକ ଓଦା ଚାଦର ଘୋଡାଇ ଦିଅନ୍ତି। ମୁଣ୍ଡ ଉପରେ ମେଞ୍ଚାଇ କାଦୁଅ ରଖି ତାହା ଉପରେ ରଖାଯାଏ ଧୂ ଧୂ ଜଳୁଥିବା ନିଆଁର ପଲମ ।

ଏହି ନିଆଁର ପଲମରେ ମାଁଙ୍କ ଉଦ୍ୟଶ୍ୟରେ ସର୍ମପିତ ହୁଏ ଝୁଣା ଧୁଆ। ଏହି ୯ମି ତିଥିରେ ମା’ଙ୍କ ନିକଟରେ ଝୁଣା ପୋଡିଲେ ସାତ ଜନ୍ମର ପାପତାପ କ୍ଷୟ ହେବା ସହ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଇଥି ପାଇଁତ ଏହି ଦିନରେ ଭକ୍ତ ମାନେ ନିର୍ଜଳ ବ୍ରତ ରଖିଥାନ୍ତି । ସଂଧ୍ୟାରେ ମା’ଙ୍କ ଛାମୁରେ ନିଜର ମନର ମାନସିକ ଜଣାଇ ଝୁଣା ପୋଡନ୍ତି।


Next Post

ମୋବାଇଲ ଘୁଁ ଘୁଁ କମ୍ପନ ସହ ଥରି  ଆସୁଛି ଏମରଜେନ୍ସି ଆଲର୍ଟ

Wed Oct 25 , 2023
ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମୋବାଇଲ  ଘୁଁ ଘୁଁ କମ୍ପନ ସହ ଥରି  ଆସୁଛି ଏମରଜେନ୍ସି ଆଲର୍ଟ। ଅଚାନକ ବାଜିଉଠୁଛି ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ । ହଠାତ ଏପରି ଆଲର୍ଟ ମେସେଜ ଦେଖି ଲୋକେ ଭୟଭୀତ ହେଇଯାଉଛନ୍ତି । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡ଼ିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦ୍ଦେଶ୍ୟ […]

KANIKA