ଶିବାନନ୍ଦ ଆଶ୍ରମରେ ଶାରଦୀୟ ନବରାତ୍ର ଅବସରରେ ନବଦୂର୍ଗା ପୂଜା



କେନ୍ଦ୍ରାପଡ଼ା,୨୫ା୧୦: ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଶାରଦୀୟ ନବରାତ୍ର ଅବସରରେ ନବଦୂର୍ଗା ପୂଜା (କୁମାରୀ ପୂଜନ) ଉତ୍ସବ ଦଶହରା ଅବସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱଶାନ୍ତି ଏବଂ ବିଶ୍ୱର କଲ୍ୟାଣ କାମନା କରି ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କର ନବ ଦିନାତ୍ମକ ନବଦୂର୍ଗା ପୂଜା ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ନଅ ଜଣ କୁମାରୀ କନ୍ୟାଙ୍କୁ ନେଇ ନବଦୂର୍ଗା ରୂପରେ ସଜାଇ ପୂଜା କରାଯିବା ସହିତ ସେମାନଙ୍କ ନିକଟରେ ଭୋଗ ଲାଗି କରାଯାଇଥିଲା । ଶେଷରେ ସେମାନଙ୍କୁ ପ୍ରସାଦ ସେବନ ପୂର୍ବକ ମିଠା ଓ ଦକ୍ଷୀଣା ଅର୍ପଣ କରାଯାଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ୧୯୭୬ମସିହାରୁ ଆଶ୍ରମ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ବିଧି ବିଧାନ ପୂର୍ବକ ନବଦୂର୍ଗା କୁମାରୀ ପୂଜନ କରିଥିଲେ । ଆଶ୍ରମର ଭକ୍ତମାନଙ୍କ ଦ୍ୱାରା ବିଶେଷ କରି ଗାୟତ୍ରୀ ସ୍ୱାଇଁ, ରୀତାଞ୍ଜଳି ନାଥ, ଗୀତାଞ୍ଜଳି ସ୍ୱାଇଁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୂପାଲି ପ୍ରିୟଦର୍ଶିନୀ, ଲୋଚନୀ ଲେଙ୍କା, ପୂର୍ଣ୍ଣୀମା ସ୍ୱାଇଁ, କୁନି ପାଢୀ, ପୁନମ ନାୟକ, ମଧୁସ୍ମ୍ମିତା ସ୍ୱାଇଁ, ଆଶ୍ରମର ବ୍ରହ୍ମଚାରୀ ନୃସିଂହ ଦାସ, ରାଜେନ୍ଦ୍ର ଲେଙ୍କା, ପ୍ରଶାନ୍ତ ସ୍ୱାଇଁ, ଗଣେଶ୍ୱର ଦାସ, ଶ୍ରୀବତ୍ସ ନାୟକ, ପ୍ରତାପ ରାଉତ, ବଳରାମ ପାଢୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ସର୍ବ ଶେଷରେ ଶ୍ରୀମା’ ଦିବ୍ୟ ସ୍ୱରୂପାନନ୍ଦ ବିଶ୍ୱର ମଙ୍ଗଳ ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading