୨୮ରେ ପୁନର୍ବାସ ମେଧାଛାତ୍ର ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା ୨୬ ।୧୦: ଆର୍ଥିକ ଅନଗ୍ରସର ଭିନ୍ନକ୍ଷମ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ପୁନର୍ବାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବାର୍ଷିକ ମେଧାବୃତ୍ତି ପ୍ରଦାନ କରାଯାଉଅଛି । ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ମନୋନୀତ ହୋଇଥିବା ସମୁଦାୟ ୮ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ନିମନ୍ତେ ଆସନ୍ତା ୨୮ ତାରିଖରେ ମାଧପୁରସ୍ଥିତ ଅମର ଉଦ୍ୟାନ ମଣ୍ଡପରେ ଅପରାହ୍ନ ୪ ଘଟିକାରେ ପୁନର୍ବାସ ମେଧାବୃତ୍ତି ପ୍ରଦାନ କରାଯିବ । ସେଥିମଧ୍ୟରୁ ହାଇସ୍କୁଲ ସ୍ତରରେ ସଫଳତା ଅର୍ଜନ କରିଥିବା ରାଜ କୁମାର ସାହୁ, ଗୌରୀଶଙ୍କର ବେହେରା ଓ ମଦନମୋହନ ସାହୁ ମନୋନୀତ ହୋଇଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ବର୍ଗରୁ ପଲକ ପ୍ରିୟା ସ୍ୱାଇଁ, ଶୁଭଦ୍ରା ଜେନା ଓ ଅମିତ୍ ଜେନା ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କାର ଆର୍ଥିକ ମେଧାବୃତ୍ତି ଏବଂ ଉଚ୍ଚତର ଶିକ୍ଷା ବର୍ଗରୁ ବରଜ କୁମାର ଦାସ ଓ ସ୍ନେହା ବେହେରା ପ୍ରମୁଖଙ୍କୁ ୧୦ ହଜାର ଟଙ୍କାର ମେଧାବୃତ୍ତି ରାଶି ପ୍ରଦାନ କରାଯିବ ବୋଲି ପୁନର୍ବାସର ସମ୍ପାଦିକା ବନସ୍ମିତା ନାୟକ ଓ ଅନୁଷ୍ଠାନର କାଉନ୍‌ସିଲର ସଞ୍ଜୀବ କୁମାର ଜେନା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।


Next Post

କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

Thu Oct 26 , 2023
କେନ୍ଦ୍ରାପଡ଼ା: ପୈାର ଟାଉନହଲ ପରିସରରେ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ନିମନ୍ତେ ତୃତୀୟ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ପୈାରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଆସନ୍ତା ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶ୍‌ୃଙ୍ଖଳାର ସହିତ […]

KANIKA