କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ପଂଚାୟତ ବଢ଼େଇପଦା ଗ୍ରାମର ନଳକୂପକୁ ଜନୈକ ବ୍ୟକ୍ତି ମାଟି ପକାଇ ଅବରୋଧ କରିଥିବାରୁ ନଳକୂପ ନିକଟକୁ ଗ୍ରାମବାସୀ ଯାଇନପାରି ପାନୀୟଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ବିଭାଗୀୟ କତୃପକ୍ଷ ଓ ସ୍ଥାନୀୟ ପ୍ରଶାସନକୁ ଗ୍ରାମବାସୀ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ପ୍ରଶାସନ ନଳକୂପରୁ ଅବରୋଧ ହଟାଇ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଏ ସମ୍ପର୍କରେ ଗୋପୀନାଥ ରାଉତ, ମୁରଲୀଧର ବିଶ୍ୱାଳ, ରଞ୍ଜନ ବିଶ୍ୱାଳ, ତ୍ରିଲୋଚନ ବିଶ୍ୱାଳ,ସୁହାସିନୀ ବିଶ୍ୱାଳ,ଅଭୟ ଧଳ, ଲିପିକା ବିଶ୍ୱାଳ,ନାରାୟଣ ପ୍ରସାଦ ଭଳ,ଶାନ୍ତିଲତା ଭଳ, ଉର୍ବଶୀ ଭଳ, ଯୁଧିଷ୍ଠିର ବିଶ୍ୱାଳ, ଅମରେଶ ବିଶ୍ୱାଳ, ବାବାଜୀ ବିଶ୍ୱାଳ, ସସ୍ମିତା ବିଶ୍ୱାଳ, କୁଞ୍ଜଳତା ବିଶ୍ୱାଳ, ମିତାଲତା ବିଶ୍ୱାଳ, ନିରୁପମା ବିଶ୍ୱାଳ,ଗୋବିନ୍ଦ ବିଶ୍ୱାଳ, ଉଦୟ ବିଶ୍ୱାଳ, ବାବାଜୀ ଧଳ ଓ ମଦନମୋହନ ବିଶ୍ୱାଳ ପ୍ରମୁଖ ବଢ଼େଇପଦା ଗ୍ରାମବାସୀମାନେ ଲିଖିତ ଭାବେ ବିଭାଗୀୟ କତୃପକ୍ଷ ଓ ପ୍ରଶାସନ ନିକଟରେ ଅଭିଯୋଗ କରି ତୁରନ୍ତ ଅବରୋଧ ହୋଇଥିବା ଗ୍ରାମର ନଳକୂପକୁ ମୁକ୍ତ କରିବା ପାଇଁ ଦାବୀ କରିଛନ୍ତି ।











