ଗୋପବନ୍ଧୁ ପାଠାଗାରରେ ରକ୍ତଦାନ ଶିବିର

GOPABANDHU PATHAGARARE RAKTADANA SIBIRA (1)-min

କେନ୍ଦ୍ରାପଡ଼ା : ଓଡିଶା ପଯତ୍ନ ପରିବାର ଆନୁକୂଲ୍ୟରେ ଆଜି କେନ୍ଦ୍ରାପଡା ତହସିଲ ନିକଟସ୍ଥ ଗୋପବନ୍ଧୁ ପାଠାଗାର ପରିସରରେ ୩ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିଥି ଭାବେ ପୈାରାଧ୍ୟକ୍ଷା ସରିତା ସାହୁ, ପୈାର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଏବଂ ୱାର୍ଡ କାଉନସିଲର ଶିବାଶିଷ ପଣ୍ଡା ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ । ଓଡିଶା ରେଡକ୍ରସ ରକ୍ତଭଣ୍ଡାରର ଦିପକ ବରାଳ, ରାକେଶ କୁମାର ମିଶ୍ର, ମନୋଜ ଦାସ, ସ୍ୱାତୀ ସୁମିତ୍ରା ରଜନୀକାନ୍ତ ସେନାପତି ପ୍ରମୁଖଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବରରେ ୫୨ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ଶିବିରକୁ କେନ୍ଦ୍ରାପଡା ପୈାର କାର୍ଯ୍ୟାଳୟର କର୍ମଚାରୀ ଦେବୀ ପ୍ରସାଦ ଦାସ, ପ୍ରଶାନ୍ତ ନାୟକ, ମିଲି ବେହେରା ଏବଂ ଗୋପବନ୍ଧୁ ପାଠାଗାରର ବିଘ୍ନବିନାଶନ ପଟ୍ଟନାୟକ, ନିର୍ମଳ କୁମାର ଦାସ, ଅକ୍ଷୟ କୁମାର ଦାସ, ଜ୍ୟୋତିରଞ୍ଜନ ସାହୁ, ବିକ୍ରାନ୍ତ କେଶରୀ ବେଉରା, ରଞ୍ଜିତା ସାହୁ, ସ୍ୱାଗତ ବେହେରା, ଶୁଭକାନ୍ତ ସେଠୀ, ଇତିଶ୍ରୀ ରାଉଳ, ସତିଶ କୁମାର ନାଥ, ଇନ୍ଦ୍ରଜିତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।