ବିଜୟନଗରମ୍ବା : ହାନଗା ଟ୍ରେନ୍ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଆଜି ସନ୍ଧ୍ୟାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଟ୍ରେନ୍ ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି । ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଉଦ୍ଧାର ପାଇଁ ଭୁବନେଶ୍ୱରରୁ ଏକ ଟିମ୍ ବିଶାଖାପାଟଣା ଅଭିମୁଖେ ବାହାରିଛି ।
। ସୂଚନା ଅନୁସାରେ ବିଶାଖାପାଟଣା-ରାୟାଗଡା-୦୮୫୦୪ ଯାତ୍ରୀବାହୀ ଟ୍ରେନ୍କୁ ପଛପଟରୁ ପାଲାସା-ବିଶାଖା-୦୮୫୩୨ ଯାତ୍ରୀବାହୀ ଟ୍ରେନ ଧକ୍କା ଦେଇଥିଲା । ଫଳରେ ବିଶାଖାପାଟଣା-ରାୟାଗଡା ଟ୍ରେନ୍ର ତିନୋଟି ବଗି ଯାହାକି ଭାଙ୍ଗି ଚୁର ମାର ହୋଇଯାଇଥିଲା । ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକ ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଜୀବନ ବଞ୍ଚାଇବା ଲାଗି ବହୁ ଯାତ୍ରୀ ଅନ୍ଧାର ଭିତରେ ଟ୍ରେନ୍ରୁ ଓହ୍ଲାଇ ପଡ଼ି ଏଣେତେଣେ ଦୌଡ଼ି ପଳାଇଥିଲେ । ଏହି ଦୁର୍ଘଟଣାରେ ଶତାଧିକ ଆହତ ହୋଇଥିବା ।
ବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ରାତିର ଅନ୍ଧାରରେ ଓଡ୍ରାଫ, ସ୍ଥାନୀୟ ଜନସାଧାରଣ, ଏନଡିଆରଏଫ କର୍ମଚାରୀ ଯାତ୍ରୀ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଡିଆରଏମ ସୌରଭ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ରିଲିଫ ଟ୍ରେନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଚାଲିଥିବା ରେଳ ବିଭାଗ କହିଛି । ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କ ର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଘଟିଥିବା ପାସେଞ୍ଜର ଟ୍ରେନ୍ ଦୁର୍ଘଟଣା ନେଇ ପୂର୍ବତଟ ରେଳପଥ ପକ୍ଷରୁ ୩ଟି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ସେଗୁଡ଼ିକ ହେଲା ୦୬୭୪-୨୩୦୧୬୨୫, ୨୩୦୧୫୨୫ ଓ ୨୩୦୩୦୬୯ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା ନେଇ ଅବଗତ ହୋଇଛନ୍ତି । ଦୁର୍ଘଟଣାରେ ପୀଡିତ ଲୋକଙ୍କ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆନ୍ଧ୍ରପ୍ରଦେଶର କାଣ୍ଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ରେଳ ଦୁର୍ଘଟଣା ପରେ ୧୦ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ସେହିପରି ୩ଟି ଟ୍ରେନକୁ ଆଂଶିକ ବାତିଲ ଓ ୧୦ଟି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ପଲାସା- ବିଶାଖପାଟଣା ସ୍ପେଶିଆଲ ଟ୍ରେନ, ବିଶାଖାପାଟନମ କୋବ୍ରା ଏକ୍ସପ୍ରେସ, ପଲାସା –ବିଶାଖପାଟନମ ସ୍ପେଶିଆଲ ଟ୍ରେନ, ବିଶାଖପାଟନମ-ପାରାଦୀପ ଏକ୍ସପ୍ରେସ, ପାରାଦୀପ ବିଶାଖପାଟନମ ଏକ୍ସପ୍ରେସ ବାତିଲ କରାଯାଇଛି ।କୋବ୍ରା-ବିଶାଖାପାଟନମ ଏକ୍ସପ୍ରେସ , ରାୟଗଡା ବିଶାଖାପାଟନମ ପାସେଞ୍ଜର, ବିଜୟନଗରମ-ବିଶାଖାପାଟନମ ସ୍ପେଶିଆଲ ଟ୍ରେନ, ବିଶାଖାପାଟନମ-ଗୁଣୁପୁର ସ୍ପେଶିଆଲ ଟ୍ରେନ, ଗୁଣୁପୁର-ବିଶାଖାପାଟନମ ସ୍ପେଶିଆଲ ଟ୍ରେନ ବାତିଲ ହୋଇଛି ।ରେଳ ଦୁର୍ଘଟଣା ଯୋଗୁଁ ୩ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ପୁରୀ-ଚେନ୍ନାଇ ଏକ୍ସପ୍ରେସ-ପୁରୀରୁ ବାହାରି ପଲାସା ଯିବ । ପଲାସାରୁ ପୁଣି ପୁରୀକୁ ଫେରି ଆସିବ । ଯଶୋବନ୍ତ ପୁର-ପୁରୀ ଏକ୍ସପ୍ରେସ-ଯଶୋବନ୍ତପୁରରୁ ବାହାରି ବିଶାଖାପାଟନମ ଯାଏଁ ଆସିବ । ଏହାପରେ ବିଶାଖାପାଟନମରୁ-ପୁରୀକୁ ବାତିଲ କରାଯାଇଛି । ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ ବିଶାଖାପାଟନମ ଯାଏଁ ଆସିବ ବୋଲି ସୂଚନା ଦେଇଛି ଇଷ୍ଟକୋଷ୍ଟ ରେଳବାଇ ।