ବନମହୋତ୍ସବ ଅବସରରେ ଶ୍ରେଷ୍ଠ ଚିତ୍ରକର ପ୍ରତିଯୋଗିତା


ପଟ୍ଟାମୁଣ୍ଡାଇ ୩.୭-ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ବାର୍ତା ଦେବା ପାଇଁ ଅଭିପସା ପକ୍ଷରୁ ପରିବେଶ ସମ୍ପର୍କିତ ଶ୍ରେଷ୍ଠ ଚିତ୍ରକର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବାଦାମବାଡ଼ି ପ୍ରଶାନ୍ତି ଶିକ୍ଷାଶ୍ରମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ସହର ସମେତ କେନ୍ଦ୍ରାପଡ଼ା, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ପ୍ରତିଭାବାନ ଛାତ୍ରଛାତ୍ରୀ ଓ ଚିତ୍ରକରମାନେ ଯୋଗ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ରଙ୍ଗତୁଳି ମାଧ୍ୟମରେ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଚିତ୍ର ଅଙ୍କନ କରି ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱଆରୋପ କରିବା ସହିତ ବାର୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ଚିତ୍ରଶିଳ୍ପୀ ରାଜେନ୍ଦ୍ର ଦାଶ,ସୁଲତା ଚାରିଟେବୁଲ ଟ୍ରଷ୍ଟ ଅଧକ୍ଷ ସୁଲତା ପଣ୍ଡା,ଅଭିପସା ସମ୍ପାଦକ ସଂଗ୍ରାମ ନାୟକ ଓ ଯୁବମଞ୍ଚ ସଂପାଦକ ପ୍ରକାଶ ସିଂହ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading