ଗଙ୍ଗାରାମପୁରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩


 

  • ଛାତ୍ରଛାତ୍ରୀ ସ୍ୱପ୍ନଭିଳାଷୀ ହେଲେ ଲକ୍ଷ୍ୟ ହାସଲ କରିପାରିବେ


କୋମଳମତି ଛାତ୍ରଛାତ୍ରୀମାନେ ସ୍ୱପ୍ନଭିଳାଷୀ ହେଲେ ଇପ୍ସିତ ଲକ୍ଷ୍ୟସ୍ଥଳରେ ପହଂଚି ପାରିବେ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ଗଙ୍ଗାରାମପୁର ହାଇସ୍କୁଲ ପଡିଆ ଆୟୋଜିତ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩ ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟ ଓ ସିଆରସିସି ମଳୟ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ସାହୁ କହିଲେ ଯେ ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ଶିକ୍ଷାର ପରିଭାଷା ବଦଳି ଯାଇଛି । ଛାତ୍ରଛାତ୍ରୀମାନେ ନିର୍ଦ୍ଧିଷ୍ଟ ସ୍ୱପ୍ନ ନେଇ ଆଗକୁ ବଡିଲେ ସଫଳତା ପାଇପାରିବେ । ଏଥି ପାଇଁ ଛାତ୍ରଛାତ୍ରୀମାନେ ନିଜର ଶକ୍ତି, ଦୁର୍ବଳତାକୁ ପରଖି , ସୁଯୋଗ ଓ ଆହ୍ୱାନର ସଦୁପଯୋଗ କରିବା ଦରକାର । କୋମଳମତି ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ସୁରଭି ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ ବୋଲି ବିଧାୟକ ମତ ପ୍ରକାଶ କରି ଗଙ୍ଗାରାମ ହାଇସ୍କୁଲ ଭିତିଭୂମି ବିକାଶ ପାଇଁ ୫ଟି ରୂପାନ୍ତକରଣରେ ସ୍କୁଲର ପରିପାଟୀ ବଦଳି ଯାଇଥିବା ସୂଚନା ଦେବା ସଙ୍ଗେ ସଙ୍ଗେ ଶିକ୍ଷା ସହ ଅଂଚଳର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ବଡ଼ମଣିଷ ହେବା ସହିତ ଭଲ ମଣିଷ ହୋଇ ସାମାଜିକ ପରିବର୍ତନର ସୂତ୍ର ହେବାକୁ ପରାମର୍ଶ ଦେଇଥିଲେ । ଆଳି ବ୍ଲକ ଏବିଇଓ ଉଦକର ସାମଲ, ଗଙ୍ଗାରାମ ହାଇସ୍କୁଲ ପ୍ରଧାନଶିକ୍ଷକ ଚିତରଂଜନ କବି, ଶିକ୍ଷାବିତ ସୁରେଶ ଜେନା ଓ ଶିକ୍ଷା ବିଭାଗ ଅଧିକାରୀ ମନୋଜ କୁମାର ନାୟକ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏଇ ଅବସରରେ ବିଧାୟକ ବି.ଆରସିସି ଚନ୍ଦ୍ରଶେଖର ତ୍ରିପାଠୀ, ସିଆରସିସି ମଳୟ ଜେନା, ରମେଶ ମହାନ୍ତି, ଅନ୍ତର୍ଯ୍ୟାମୀ ବେଜ, ସୌମ୍ୟ ରଞ୍ଜନ ବେହେରା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭ୍ରାଂଶୁ ଦାସ, ଆଦର୍ଶ ଶିକ୍ଷକ ଅରକ୍ଷିତ ସାହୁ, ଶିକ୍ଷୟତ୍ରୀ ଅର୍ଚନା ବଳ ଓ ଶୁଭଶ୍ରୀ ସାହୁ, ବି ଇ ଓ ଅଫିସ ସହକାରୀ ଆମ୍ରପାଲି ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ସୁଲେଖ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

ଉଦଘାଟନ ଉତ୍ସବରେ ପ୍ରାକ୍ତନ ଡେପୁଟି ଡାଇରେକ୍ଟର ଅଭୟ ମଲ୍ଲିକ ମୁଖ୍ୟଅତିଥି,ସେକେଣ୍ଡାରୀ ଇଜୁକେସନ ଆଡିସନାଲ ନିର୍ଦେଶକ ହିମାଂଶୁ ଭୂଷଣ ଓଝା ମୁଖ୍ୟବକ୍ତା, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା,ପଟ୍ଟାମୁଣ୍ଡାଇ ନୋଡାଲ ହେଡ଼ମାଷ୍ଟର ସଚିତ୍ର ବେହୁରା,ଶିକ୍ଷାବିତ ଅସୀମା ବେହୁରା,ଗଙ୍ଗାରାମପୁର ସରପଂଚ ସନ୍ତୋଷୀନୀ ଜେନା, ସାନଜରିଆ ସରପଂଚ ନିରାକାର ନାୟକ, ଅରଡ଼ପଲ୍ଲୀ ସରପଂଚ ବୁଦ୍ଧରାମ ବେହେରା ଓ ଏସପି ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଭାକର ଦାସ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ବ୍ଲକ ଏ ବି ଇ ଓ ପ୍ରେମବାଳା ମହାପାତ୍ର ଓ ସୁନିତା ଦାଶ, ସି ଆର ସି ସି ବିଶ୍ୱରଞ୍ଜନ ଦାଶ, ଉମାକାନ୍ତ ବେହେରା, ରଞ୍ଜନ ସାହୁ ଓ କଳାକର ସାହୁ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading