ଗଜଲକ୍ଷ୍ମୀ ପୂଜାର ୬ଷ୍ଠ ଦିବସ ,ପୂଜା ମଣ୍ଡପରେ ଜନ ଗହଳି


କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ୬ଷ୍ଠ ଦିନରେ ପହଞ୍ଚିଥିବା ବେଳେ ଶନିବାର ଓ ରବିବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ପାଗ ଅନୁକୂଳ ହେତୁ ପୁରୀ ରଥଯାତ୍ରାର ଜନସମାଗମ ହୋଇଛି । ଆଉମାତ୍ର ଗୋଟିଏ ଦିନ ପୂଜା ଗୋଟିଏ ଦିନ ଥିବାରୁ ଏପରି ଗହଳି ଦେଖିବାକୁ ମିଳିଛି । ବିଭିନ୍ନ ପୂଜା ମଣ୍ଡପରେ ଅତ୍ୟାଧୂନିକ ନାଚଗୀତ ସହିତ ପୌରାଣିକ ତଥ୍ୟର ଆସର ଜମିଛି । ମଢିଆଳ ପୂଜା ମଣ୍ଡପରେ ଇରା ମହାନ୍ତିଙ୍କ ସଙ୍ଗିତ ଯୁବକମାନଙ୍କୁ ମତୁଆଲା କରିଛି । ସେହିପରି ତିନିମୂହାଣୀରେ ଅକେଷ୍ଟ୍ରା କାର୍ଯ୍ୟକ୍ରମରେ ଜହାର ହଜାର ଯାତ୍ରୀଙ୍କ ସମାଗମ ହୋଇଛି । ମନକରପୁର ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପୌରାଣିକ ନୃତ୍ୟ ମନ୍ତ୍ର ମୁଗଧ କରିଛି । ଠୁଙ୍କାପୁରୀ, ଚାଟ ଦୋକାନରେ ଯାତ୍ରୀଙ୍କ ପ୍ରବଳ ଭିଡ ଯୋଗୁ ଦିନକୁ ଲକ୍ଷ୍ୟାଧିକ ଟଙ୍କା ବ୍ୟବସାୟ ହୋଇଛି । ଏ ବର୍ଷର ଜନଗହଳୀ ରେର୍କଡ ସୃଷ୍ଟି କରିଛି । ନଗରପାଳ ସରତା ସାହୁ, ବିଜେପି ନେତା ସୁନାକର ବେହେରା ପ୍ରମୁଖ ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ ।

 


Next Post

ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ

Thu Nov 2 , 2023
ପଟ୍ଟାମୁଣ୍ଡାଇ ଶ୍ରୀମଦ ଭାଗବତ ଚେତନା ପରିଷଦ ଆନୁକୂଲ୍ୟରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟା ୬.୩୦ମିନିଟ ରୁ ରାତ୍ର ୯.୩୦ମିନିଟ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମରେ ପୂଜ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଯୋଗ ଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି […]

KANIKA