ଜମିବାଡ଼ି ବିବାଦରୁ ବୃଦ୍ଧଙ୍କୁ ବିଦ୍ୟୁତ ଖୁଂଟରେ ବାନ୍ଧି ଛେଚିଲେ

e6761bc7-fd02-4396-a454-d81db9880e51-min

ଜମିବାଡ଼ି ବିବାଦରୁ ଗଣ୍ଡଗୋଳ ମାଲି ମୋକଦ୍ଦମା ହେବା ଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି ଘଟୁଛି । କିନ୍ତୁ ଜମିଜମା ପାଇଁ ଠେଙ୍ଗାବାଡ଼ି ଦେଖାଇ ଧମକାଇବା ଏବଂ ଶହଶହ ଲୋକଙ୍କ ଆଖିଆଗରେ ବୃଦ୍ଧଙ୍କୁ ବିଦ୍ୟୁତ ଖୁଂଟରେ ବାନ୍ଧି ବାଡେଇବା ଭଳି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ଘଟଣା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଏନେଇ ବୃଦ୍ଧଙ୍କ ପରିବାର ପକ୍ଷରୁ ତାଙ୍କ ବୋହୁ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅପର ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଛି ବୋଲି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇଆଇସି ବାମଦେବ ନନ୍ଦ କହିଛନ୍ତି ।

 


1 thought on “ଜମିବାଡ଼ି ବିବାଦରୁ ବୃଦ୍ଧଙ୍କୁ ବିଦ୍ୟୁତ ଖୁଂଟରେ ବାନ୍ଧି ଛେଚିଲେ”

Comments are closed.