ସନ୍ଦେହରେ କହୁଣିଆଡିଆରେ ଗୁଳିମାଡ


କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା କହୁଣିଆଡିଆରେ ରବିବାର ସଂନ୍ଧ୍ୟାରେ ଗୁଳିମାଡ଼ ହୋଇଥିବା ସମାଜିକ ଗଣମାଧ୍ୟମ ଅର୍ଥାତ ଫେସବୁକରେ ଜଣେ ବ୍ୟକ୍ତି ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ନିକିରାଇ ଥାନା ଅଧିକାରୀ ଜ୍ୟୋତିର୍ମୟୀ ସେଠୀଙ୍କୁ ପଚାରିବାରେ ସେ କହିଲେ ଯେ ଆମେ କାଲି କେନ୍ଦ୍ରାପଡା ଗଜଲକ୍ଷ୍ମୀ ଭଷାଣୀରେ ଡ୍ୟୁଟି କରୁଥିଲୁ । ଏବାବଦରେ କୌଣସି ଅଭିଯୋଗ ମିଳି ନଥିବା କହିଛନ୍ତି ।

କେନ୍ଦ୍ରାପଡା ଫଟୋ ଏବଂ ଭିଡିଓଗ୍ରାଫର ସଙ୍ଘର ସଭାପତି ସୁଶାନ୍ତ କୁମାର ଦାସଙ୍କୁ ଗୁଳିମାରି ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଫଟୋ ଏବଂ ଭିଡିଓଗ୍ରାଫର ସଙ୍ଘର ସଭାପତି ସୁଶାନ୍ତ ଓରଫ ରବି କେନ୍ଦ୍ରାପଡା ସହରରୁ ନିକିରାଇ ଯାଉଥିବା ବେଳେ ରବିବାର ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ କେନ୍ଦ୍ରାପଡା-ଇନ୍ଦୁପୁର ରାସ୍ତାର ନିକିରାଇ ଥାନା ଅନ୍ତର୍ଗତ କହୁଣିଆ ଡିହ ପୋଲ ନିକଟରେ ସମ୍ମୁଖରୁ ୨ଟି ବାଇକରେ ଆସୁଥିବା ୪ଜଣ ଦୁର୍ବୁତଙ୍କ ମଧ୍ୟରୁ ଜଣେ ବନ୍ଧୁକରୁ ସୁଶାନ୍ତଙ୍କ ଉପରକୁ ଗୁଳି ଚଳାଇଥିଲା । ସୈାଭାଗ୍ୟ ବଶତଃ ସୁଶାନ୍ତ ଏସମ୍ପର୍କରେ ଜାଣିପାରି ହଠାତ ବାଇକ ଉପରୁ ତଳକୁ ନଇଁ ପଡିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ । ଏହି ଘଟଣା ପରେ ସୁଶାନ୍ତଙ୍କ ମାନସିକ ସ୍ଥିତି ଭଲ ନଥିବା ଜଣାପଡିଛି । ଏସମ୍ପର୍କରେ ନିକିରାଇ ଥାନା ଅଧିକାରୀ ଜ୍ୟୋତିର୍ମୟୀ ସେଠୀଙ୍କୁ କହିଛନ୍ତି ଆମ ପାଖରେ ଏସମ୍ପର୍କରେ କୈାଣସି ଅଭିଯୋଗ ହୋଇନାହିଁ । ଅଭିଯୋଗ ହେଲେ ଆମେ ତଦନ୍ତ କରିବୁ ।


Next Post

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ,ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ

Wed Nov 8 , 2023
ଭୁବନେଶ୍ୱର,୭ା୧୧ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂତ୍କାର କରାଯାଇଛି । ମରଶରୀରରେ ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି । କର୍ମଭୂମିରୁ ଜନ୍ମଭୂମି ଯାଏଁ ଶହ ଶହ ଲୋକେ ଶେଷ ଦର୍ଶନ କରିଛନ୍ତି । ଲୁହ ଭିଜା ଆଖିରେ ପରିବାର ଲୋକ, ବନ୍ଧୁବାନ୍ଧବ, […]

You May Like