ବେଲତଳ ଧ୍ୟାନମନ୍ଦିରରେ ଗୀତା ଜ୍ଞାନ ଯଜ୍ଞ ଉଦଯାପିତ



ପ୍ରଜ୍ଞାନ ମିଶନ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିରରେ ୮ ତାରିଖରୁ ଆରମ୍ଭ ହୋଇଥିବା ଗୀତା ଜ୍ଞାନ ଯଜ୍ଞ ୧୧ ତାରିଖରେ ଉଦଯାପିତ ହୋଇଯାଇଛି ।ଏହି ଅବସରରେ ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ଗୀତା ଜ୍ଞାନ ଯଜ୍ଞକୁ ଉଦଘାଟନ କରିବା  ସହିତ ୩ ଦିନ ଧରି ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ପ୍ରତ୍ୟହ ୫.୩୦ ମିନିଟ ରୁ ୬.୩୦ମିନିଟ ଭଜନ ଓ ୬.୩୦ମିନିଟରୁ ୮.୩୦ମିନିଟ ପର୍ଯ୍ୟନ୍ତ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ, ଶହ ଶହ ଶ୍ରଦ୍ଧାଳୁ ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ପରିବେଶକୁ ଗମ୍ଭୀର ଓ ଭକ୍ତିମୟ କରିଥିଲେ । ଉଦଯାପନି ଦିବସରେ ଦୁଷ୍ମନ୍ତ ସାହୁ ତାଙ୍କ ପତ୍ନୀ ଭାରତୀ ସାହୁ, ପବନି ରାଉତ ତାଙ୍କ ପତ୍ନୀ ଆରତୀ ରାଉତ. ବ୍ରଜ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ଗୀତା ମାତାଙ୍କୁ ଯଜ୍ଞଆରତି  କରିଥିଲେ । ପ୍ରଜ୍ଞାନ ମିଶନର ସାଧୁସନ୍ଥ ଓ ଧ୍ୟାନ ମନ୍ଦିରର ଶିଶ୍ୟମାନଙ୍କ ସହଯୋଗରେ ଯଜ୍ଞ ସମାପନ ହୋଇଥିଲା ।


Discover more from

Subscribe now to keep reading and get access to the full archive.

Continue reading