ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉ ପାଇଁ ଭାଜପାର ପ୍ରସ୍ତୁତି ବୈଠକ


ଦୁର୍ନୀତି ଓ ପିସି କାରବାର ବନ୍ଦ ପାଇଁ ରାଜ୍ୟ ଭାଜପା ପକ୍ଷରୁ ଓଡିଶାର ୩୧୪ ବ୍ଲକ ଘେରାଉ ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟ ଭାଜପା ଆହ୍ୱାନରେ ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉ ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ପଟ୍ଟାମୁଣ୍ଡାଇ ଭଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭାଜପା ନେତା ବନମାଳୀ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରାଜନଗର ପୂର୍ବତନ ବିଧାୟକ ଡ଼॰ ଅଲେଖ ଜେନା ଯୋଗ ଦେଇ ଦୁର୍ନୀତି ଓ ପିସି କାରବାର ବନ୍ଦ ପାଇଁ ବ୍ଲକ ଘେରାଉ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ନୃସିଂହ ସାହୁ, ବ୍ରହ୍ମାନନ୍ଦ ମହାକୁଡ଼, ଶଙ୍କରଷଣ ମହାନ୍ତି, ରଞ୍ଜନ ମହାପାତ୍ର, ଖଗେଶ୍ୱର ରାଉତ, ସୁରେନ୍ଦ୍ର ସାମଲ, ଦିବାକର ବେହେରା, ଗଣେଶ କୁଣ୍ଡୁ, ସୁମନ୍ତ ରାୟ, ଅଜୟ ସାମନ୍ତରାୟ, ସୁଦର୍ଶନ ମଲିକ, ପ୍ରଫୁଲ୍ଲ ଦାଶ, ରଞ୍ଜନ ସୂତାର, ଜଜେନ୍ଦ୍ର ବେହେରା, ପଙ୍କଜ ମଲିକ, ଦୀନେଶ ଦାସ, ଉଦୟ ଶଙ୍କର ଦାସ, ଅଭୟ ବେହେରା, ବୀର କିଶୋର ସ୍ୱାଇଁ, ଜଗନ୍ନାଥ ମଲିକ, ବିଭୁତି କୁମାର ଜେନା ଭାଷଣ ଦେଇ ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉକୁ ସଫଳ କରିବାକୁ ନିବେଦନ କରିଥିଲେ । ଏହି ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ଭାଜପା ନେତୃବୃନ୍ଦ, କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନେତା ସୁନାକାର ବେହେରା ଓ ପୂର୍ବତନ ବିଧାୟକ ଡ଼॰ ଅଲେଖ ଜେନା ଯୋଗ ଦେବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।


Next Post

ଭରତପୁର ଦକ୍ଷୀଣକାଳୀ ମନ୍ଦିରରେ କାଳୀ ପୂଜା

Tue Nov 14 , 2023
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶକ୍ତିପୀଠ ଭରତପୁର ମା’ଦକ୍ଷୀଣକାଳୀ ମନ୍ଦିରରେ କାଳୀ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମା’ଦକ୍ଷୀଣକାଳୀଙ୍କର ଷୋଡଶ ଉପଚାରରେ ପୂଜା କରାଯିବା ସହ ଅଭିଷେକ, ଚଣ୍ଡିପାଠ, ହୋମଯଜ୍ଞ ଓ ଭଜନ ସମାରୋହ ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ପୂଜକ ଗୋପବନ୍ଧୁ ପତିଙ୍କ ସମେତ ଗଦାଧର ମହାପାତ୍ର ଓ ତାଙ୍କ ୪ଜଣିଆ ଟିମ ମା’ଙ୍କ ପୂଜା କରିଥିଲେ । ଭରତପୁର ଶକ୍ତିପୀଠରେ ମା’ଙ୍କ ପୂଜା […]