ଭରତପୁର ଦକ୍ଷୀଣକାଳୀ ମନ୍ଦିରରେ କାଳୀ ପୂଜା


କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶକ୍ତିପୀଠ ଭରତପୁର ମା’ଦକ୍ଷୀଣକାଳୀ ମନ୍ଦିରରେ କାଳୀ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମା’ଦକ୍ଷୀଣକାଳୀଙ୍କର ଷୋଡଶ ଉପଚାରରେ ପୂଜା କରାଯିବା ସହ ଅଭିଷେକ, ଚଣ୍ଡିପାଠ, ହୋମଯଜ୍ଞ ଓ ଭଜନ ସମାରୋହ ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ପୂଜକ ଗୋପବନ୍ଧୁ ପତିଙ୍କ ସମେତ ଗଦାଧର ମହାପାତ୍ର ଓ ତାଙ୍କ ୪ଜଣିଆ ଟିମ ମା’ଙ୍କ ପୂଜା କରିଥିଲେ । ଭରତପୁର ଶକ୍ତିପୀଠରେ ମା’ଙ୍କ ପୂଜା ଦୀର୍ଘ ୨୮ବର୍ଷ ଧରି କରାଯାଇ ଆସୁଛି । ଏହି ପୂଜାରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ମା’ଙ୍କ ଆଶ୍ରିର୍ବାଦ ଲାଭ କରିଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ସଂଗୀତକାରମାନେ ଯୋଗଦେଇ ଭଜନ ଓ ଜଣାଣ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କମିଟି ସଭାପତି ଯୁଗଳକିଶୋର ଦାସ, ସମ୍ପାଦକ ଶିବ ପ୍ରସାଦ ଦାସ, ପ୍ରବୋଧ କୁମାର ଦାସ, ଅଲେଖ ପ୍ରସାଦ ଦାସ, ଶକ୍ତି ପ୍ରସାଦ ମହାନ୍ତି, ଗୋପାଳ ଚରଣ ଦାସ, ଶ୍ରୀଧର ମହାନ୍ତି, ସୈାଭାଗ୍ୟ ଦାସ, ପ୍ରଶାନ୍ତ ରାଉତ, ବିମଳାକାନ୍ତ ଚୈାଧୁରୀ, ସୋନୁ, ତପନ କୁମାର ମହାନ୍ତି, ଜିତନ, ସିଲୁଆ, ଅରବିନ୍ଦ ମହାନ୍ତି, ସୁଶାନ୍ତ କୁମାର ଦାସ(ଧନିଆ), ରଞ୍ଜନ ସେଠୀ, ନନ୍ଦ କିଶୋର ବେହେରା, କୁଟୁନା, ଶ୍ରୀଚରଣ ବେହେରା, ବାଇଧର ବେହେରା, ସ୍ୱାଗତରଞ୍ଜନ ଦାଶ, ସୁବୋଧ କୁମାର ଦାସ ପ୍ରମୁଖ ମା’ଙ୍କ ପୂଜା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading